Site icon Odisha.com

ପରେ ତିନି ପ୍ରସୂତିଙ୍କ ମୃତ୍ୟୁ, ଯାଞ୍ଚ ଆଦେଶ

ବୁର୍ଲା, ଏପ୍ରିଲ ୧୧ (ଓଡିଶା ଡଟ କମ) ଅସ୍ତ୍ରୋପଚାରର କେଇ ଘଣ୍ଟାପରେ ବୁର୍ଲା ମେଡିକାଲ କଲେଜ ହାସପାତାଳ ରେ ତିନିଜଣ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ସରକାର ଏହାର ଯାଞ୍ଚ ଆଦେଶ ଦେଇଥିବା ବେଳେ, ହାସପାତାଲର ପ୍ରସୂତି ବିଭାଗର ଜଣେ ବରିଷ୍ଠ ଡାକ୍ତର ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଇଥିବା ଔଷଧର ରିଆକସନ ଯୋଗୁ ଏହି ମୃତ୍ୟୁ ଘଟି ଥାଇପାରେ ବୋଲି କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ ହାସପାତାଲରେ ନଅ ଜଣ ପ୍ରସୂତି ମହିଳାଙ୍କ ଅସ୍ତ୍ରୋପଚାର ଶୁକ୍ରବାର ସନ୍ଧ୍ୟାରେ କରାଯାଇଥିଲା । ଅସ୍ତ୍ରୋପଚାରର କେଇଘଣ୍ଟା ପରେ ସେମାନଙ୍କ ମଧ୍ୟରୁ ତିନି ଜଣ ପ୍ରବଳ ବାନ୍ତି କରିଥିଲେ । ଅସ୍ତ୍ରୋପଚାର ର ପ୍ରାୟ ପାଞ୍ଚ ଘଣ୍ଟା ମଧ୍ୟରେ ସେହି ତିନି ପ୍ରସୂତିଙ୍କ ମୃତ୍ୟୁ ଘଟିଥିଲା ।

ସରକାର ସ୍ୱାସ୍ଥ୍ୟ ବିଭାଗର କେତେକ ବରିଷ୍ଠ ଅଧିକାରୀଙ୍କୁ ଏହାର ଅନୁସନ୍ଧାନ ପାଇଁ ବୁର୍ଲା ପଠାଇ ଥିବାବେଳେ ଏହି ଘଟଣାର ଯାଞ୍ଚ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଘୋଷଣା କରିଛନ୍ତି।

ଓଡିଶା ଡଟ କମ

Exit mobile version