Site icon Odisha.com

ପୂର୍ବତନ ମନ୍ତ୍ରୀ ଆନନ୍ଦ ଆଚାର୍ଯ୍ୟଙ୍କ ପରଲୋକ

ଭୁବନେଶ୍ଵର, ଏପ୍ରିଲ ୧୭ (ଓଡିଶା ଡଟ କମ ) ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଆନନ୍ଦ ଆଚାର୍ଯ୍ୟଙ୍କ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହାସପାତାଳରେ ପରଲୋକ
ହୋଇଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହେଉଥିଲା । ରାଜ୍ୟ ବିଧାନସଭାକୁ ୧୯୯୫, ୨୦୦୦ ଓ ୨୦୦୪ କ୍ରମାଗତ ଭାବେ ବରଗଡ ବିଧାନସଭାରୁ ତିନିବାର ନିର୍ବାଚିତ ହୋଇଥିବା ଆଚାର୍ଯ୍ୟ ୨୦୦୪ ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟର ଅବକାରୀ ମନ୍ତ୍ରୀ ଥିଲେ ।

ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ ଓ ଏକ ଘରୋଇ ହାସପାତାଳରେ ଚିକିତ୍ସିତ ହେଉଥିଲେ ।

ଓଡିଶା ଡଟ କମ

Exit mobile version