Site icon Odisha.com

ଫେସବୁକରେ ନିଜର ଅଶ୍ଲୀଳ ଫଟୋ ଯୋଗୁଁ ନାବାଳିକାର ଆତ୍ମହତ୍ୟା

ଓଡିଶା ଡଟ କମ ସଂବାଦ ଦାତା

କଟକ ଏପ୍ରିଲ ୧୭ (ଓଡିଶା ଡଟ କମ) ଫେସବୁକରେ ନିଜର ଅଶ୍ଳୀଳ ଚିତ୍ର ପ୍ରକାଶ ପାଇବାପରେ କଟକ ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ପୁଲିସ ଶୁକ୍ରବାର କହିଛି ।

ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ଏକ ଗ୍ରାମରେ ବୁଧବାର ହୋଇଥିବା ଏହି ଘଟଣାରେ ପୁଲିସ ସେହିଗ୍ରାମର ଜଣେ ବ୍ୟକ୍ତି ବିରୁଦ୍ଧରେ ଏକ ମାମଲା ଋଜୁକରି ତାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଛାତ୍ରୀ ଜଣକ ଗାଧେ।ଇବା ସ୍ଦମୟରେ ସେହି ଗ୍ରାମ କମଳାକାନ୍ତ ମଲ୍ଲ ଲୁକ୍କାୟିତ ଭାବେ ତାଙ୍କ ଫଟୋ ଉଠାଇଥିଲା ଓ ପରେ ଏହାକୁ ସେ ଇଣ୍ଟରନେଟ ରେ ଛାଡି ଥିଲା, ପୁଲିସ କହିଛି । ଏହି ଖବର ପ୍ରଚାର ହେବ ପରେ ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣକ ବିଷ ପିଇଦେଇଥିଲେ ।

ପରିବାର ଲୋକେ ତାଙ୍କୁ  ସ୍ଥାନୀୟ ହାସପାତାଳରେ ଗୁରୁତର ଅବସ୍ଥାରେ ଭର୍ତି କରିଥିଲେ ଓ ସେଠାରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ନ।ବାଳିକାଙ୍କ ମୃତ୍ୟୁ ପରେ ଅଭିଯୁକ୍ତଙ୍କ ପରିବାରର ଲୋକେ ଫେରାର ହୋଇଯାଇଛନ୍ତି । ତେବେ ପୁଲିସ ତିନୋଟି ଟିମ ଗଠନ କରି ଫେରାର ଅଭିଯୁକ୍ତକୁ ଧରିବା ଉଦ୍ୟମ ଜାରି ରଖିଛି ।

ଓଡିଶା ଡଟ କମ

Exit mobile version