Site icon Odisha.com

ଅବସର ବୟସ ସୀମା ବୃଦ୍ଧି ଦାବିରେ ଶିକ୍ଷକଙ୍କ ଧର୍ମଘଟ ଧମକ

ଭୁବନେଶ୍ଵର ଏପ୍ରିଲ ୧୮ (ଓଡିଶା ଡଟ୍ କମ୍) ଅବସର ବୟସ ସୀମା ୬୦ରୁ ୬୫କୁ ବୃଦ୍ଧି ଦାବିକରି ବିଶ୍ୱବିଦ୍ୟାଳୟର ଶିକ୍ଷକମାନେ ଧର୍ମଘଟ କରିବେବୋଲି ସରକାରଙ୍କୁ ଧମକ ଦେଇଛନ୍ତି।

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘ କୁ ନେଇ ଗଠିତ “ଫେଡେରେସନ୍ ଅଫ୍ ଓଡିଶା ୟୁନିଭରସିଟିସ ଟିଚର୍ସ ଆସୋସିଏସନ୍”(ଏଫଓୟୁଟିଏ) କହିଛି ଯେ ଶିକ୍ଷକ ମାନେ ସେମାନଙ୍କ ଦାବି ବହୁବାର ରାଜ୍ୟ ସରକାରଙ୍କୁ ଜଣେଇଥିଲେ ବି କୋଣସି ସୁଫଳ ମିଳିପାରି ନ।ହିଁ ।

ୟୁଜିସି ର ଗାଇଡ଼୍ ଲାଇନ ଅନୁଯାୟୀ ବିଶ୍ଵବିଦ୍ୟାଳୟ ମାନଙ୍କରେ ‘ଲେକଚରର୍’ ଓ ‘ରିଡର୍’ ଥିବା ଶିକ୍ଷକମାନଙ୍କଙ୍କୁ ପଦୋନ୍ନତି ଦେଇ ‘ଆସିଷ୍ଟାଣ୍ଟ ପ୍ରଫେସର’ ଓ ‘ଆସୋସିଏଟ୍ ପ୍ରଫେସର’ କରାଯିବା କଥା ।

ତେବେ ଓଡିଶା କୁ ଛାଡି ଅନ୍ୟସବୁ ରାଜ୍ୟରେ ଏହା ଲାଗୁ ହୋଇ ସାରିଛି । ରାଜ୍ୟରେ ରେ ଫାଙ୍କା ଥିବା ୩୦ ପ୍ରତିଶତ ପଦବୀ ଓ ଶିକ୍ଷକମାନଙ୍କ ଯୋଗ୍ୟତା ଅନୁଯାୟୀ ନିର୍ଦିଷ୍ଟ ଦରମା ନିର୍ଧାରଣ ଆଦି କିଛି ପ୍ରସ୍ତାବ ଦାବିରେ ଏଫଓୟୁଟିଏ ତରଫରୁ ଅ।ସନ୍ତା ମଇ ୧ ରୁ ୭ ଯାଏ ସବୁ ଶିକ୍ଷକ କଳା ବ୍ୟାଚ ପିନ୍ଧି ଆନ୍ଦୋଳନରେ ଭାଗନେବେ ।

ଭୁବନେଶ୍ଵରର ‘ରାମମନ୍ଦିର ଛକ ଠାରୁ ପିଏମଜି’ ଯାଏ ମଇ ଆଠରେ ମହମବତୀ ଶୋଭାଯାତ୍ରା କରାଯିବ। ତାପରେ ବି ଯଦି ଦାବି ପୁରଣ ନ ହୁଏ ତେବେ ଆମରଣ ଅନଶନ କରାଯିବ, ବୋଲି ସଂଘ କହିଛି । ଏସବୁ ସତ୍ଵେ ଯଦି ଦାବି ପୁରଣ ନହୁଏ ତେବେ ଅସହଯୋଗ ଆନ୍ଦୋଳନ କରାଯିବା ବୋଲି ସଙ୍ଘ ଚେତାବନୀ ଦେଇଛି ।

ଓଡିଶା ଡଟ୍ କମ୍

Exit mobile version