Site icon Odisha.com

ଜାମିନ ପାଇଲେ ଜୟ ନାରାୟଣ

ସମ୍ବଲପୁର, ଏପ୍ରିଲ ୨୨ (ଓଡିଶା ଡଟକମ) ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଖଣ୍ଡା ପ୍ରଦର୍ଶନ କରି ଗିରଫ ହୋଇଥିବା ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଏକ ସ୍ଥାନୀୟ ଅଦାଲତ ବୁଧବାର ଜାମିନ ପ୍ରଦାନ କରିଛନ୍ତି ।

ଅତିରିକ୍ତ ଦୌରା ଜଜଙ୍କ ଅଦାଲତ କୋଡିଏ ହଜାର ଟଙ୍କାରର ବେଲ ବଣ୍ଡ ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ମିଶ୍ରଙ୍କୁ ଏହି ଜାମିନ ପ୍ରଦାନ କରିଥିବା ଜଣେ ଓକିଲ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସମ୍ବଲପୁର ସହରରେ କଟକଣା ଜାରି କରିଛି । ଏହି କଟକଣା ଅନୁସାରେ କୌଣସି ଶୋଭାଯାତ୍ରାରେ କେହି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ପାରିବେ ନାହିଁ।

ତେବେ ଏହି କଟକଣାକୁ ଉଲ୍ଲଂଘନ କରି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଚଳିତ ମାସ ଚଉଦ ତାରିଖ ଦିନ ଅନୁଷ୍ଠିତ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ତ ପରଦିନ ଗିରଫ ହୋଇ ଜେଲ ହାଜତରେ ଥିଲେ ।

ଓଡିଶା ଡଟକମ

Exit mobile version