Site icon Odisha.com

ଜମି ଅଧିଗ୍ରହଣ ବିଲ ବିରୋଧରେ ଆନ୍ଦୋଳନ

ଭୁବନେଶ୍ଵର, ଏପ୍ରିଲ ୨୬ (ଓଡିଶା ଡଟ କମ) ଦେଶୀ-ବିଦେଶୀ ପୁଞ୍ଜିପତି ଓ କର୍ପୋରେଟ ମାନଙ୍କର ସ୍ଵାର୍ଥ ରକ୍ଷା ପାଇଁ କେନ୍ଦ୍ରସରକାର କଳ ବଳ ଓ କୌଶଳ ମାଧ୍ୟମରେ ଆଇନରେ ପରିଣତ କରିବାପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରି କେତେକ ସଂଗଠନ ଭୁବନେଶ୍ଵର ଠାରେ ଏକ ପଥପ୍ରାନ୍ତ ସଭା କରିଛନ୍ତି।

ଜମି ଅଧିଗ୍ରହଣ ବିରୋଧୀ ଅଭିଯାନ ନାମରେ ଶନିବାର ଆୟୋଜିତ ଏହି ସଭାରେ ସରକାରଙ୍କ ଉଦ୍ୟମକୁ କଦାପି ସାକାର କରିବାକୁ ଦିଆଯିବ ନାହିଁ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି । ଅଭିଯାନ ପକ୍ଷରୁ ୨୫ ଏପ୍ରିଲ ରୁ ମଇ ୧୦ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ପକ୍ଷ ପାଳନ ପାଇଁ ଡାକରା ଦିଆଯାଇଛି ।

ମାଷ୍ଟର କ୍ୟାଣ୍ଟିନ ଠାରେ ଏହି ସଭାରେ ବନବାସୀ ସୁରକ୍ଷା ପରିଷଦର ନରେନ୍ଦ୍ର ମହାନ୍ତି, ଓଡିଶା କୃଷକ ସଭାର ଅଭିରାମ ବେହେରା, ଓ ସାରା ଭାରତ କ୍ରାନ୍ତିକାରୀ କୃଷକ ସଭା ରେବତୀ ବଲ୍ଲଭ ମହାନ୍ତି ପ୍ରମୁଖ ଏହି ସଭାରେ ଉଦବୋଧନ ଦେଇଥିଲେ ।

ଓଡିଶା ଡଟ କମ

Exit mobile version