Site icon Odisha.com

ମଇ ପ୍ରଥମ ସପ୍ତାହରେ ମାଟ୍ରିକ ବୋର୍ଡ ପରୀକ୍ଷା ଫଳ

ଭୁବନେଶ୍ଵର, ଏପ୍ରିଲ ୨୯ (ଓଡିଶା ଡଟ କମ) ମାଟ୍ରିକ ପରୀକ୍ଷା ଫଳ ମଇ ପ୍ରଥମ ସପ୍ତାହରେ ପରୀକ୍ଷା ପାଇବ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବୁଧବାର ସୂଚନା ଦେଇଛନ୍ତି ।

ଫଳ ତ୍ରୁଟିଶୂନ୍ୟ କରିବାପାଇଁ ପୁନଃ ଯାଞ୍ଚ କରାଯାଉଥିବା ସେ କହିଛନ୍ତି ।

ଚଳିତ ବର୍ଷ ପରୀକ୍ଷା ପରିଚାଳନା କରିଥିବା ମାଧ୍ୟମିକ ଶିକ୍ଷା ପରିଷଦ ଏକ ଉନ୍ନତମାନର ସଫଟୱେୟାର ବ୍ୟବହାର କରିଛି । ଏହା ଦ୍ଵାରା ଯଦି ନିଜ ପରୀକ୍ଷା ଖାତାର ମୁଲ୍ୟାୟନକୁ ନେଇ ତ୍ରୁଟି ଅଛି ବୋଲି କେହି ଛାତ୍ରଛାତ୍ରୀ ଅଭଯୋଗ କରନ୍ତି ତାହା ସହଜରେ ଯାଞ୍ଚ କରାଯାଇପାରିବ ।

ଓଡିଶା ଡଟ କମ

Exit mobile version