Site icon Odisha.com

ଗୋଳାବାରୁଦ କାରଖାନାରେ ଅଗ୍ନିକାଣ୍ଡ, ଜଣେ ସାମାନ୍ୟ ଅସୁସ୍ଥ

ଓଡିଶା ଡଟ କମ ସଂବାଦ ଦାତା

ବଲାଙ୍ଗିର, ଏପ୍ରିଲ ୩୦ (ଓଡିଶା ଡଟ କମ) ବଲାଙ୍ଗିର ଜିଲ୍ଲା ସଇଁତଳାସ୍ଥିତ କେନ୍ଦ୍ର ସରକାରଙ୍କ ଗୋଳା  ବାରୁଦ କାରଖାନାରେ ଅଚାନକ ଅଗ୍ନିକାଣ୍ଡ ଘଟି ଗୁରୁବାର ଜଣେ କର୍ମଚାରୀ ସାମାନ୍ୟ ପ୍ରଭାବିତ ହୋଇଥିବା ପୁଲିସ କହିଛି ।

କାରଖାନାର ସ୍ମେଲଟର  ପ୍ଳାଣ୍ଟରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଅଳ୍ପ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିଥିବା ଜିଲ୍ଲା ପୁଲିସ ମୁଖ୍ୟ ଦୀପକ କୁମାର ଓଡିଶା ଡଟ କମକୁ କହିଛନ୍ତି ।

ଏହି ଅଗ୍ନି କାଣ୍ଡରେ କାରଖାନାର ଜଣେ କର୍ମଚାରୀ କିଛି ସମୟ ପାଇଁ ନିଶ୍ଵାସ ପ୍ରଶ୍ଵାସରେ ଅସୁବିଧା ଅନୁଭବ କରିଥିବା ସେ କହିଛନ୍ତି । ପ୍ରଭାବିତ ଅଞ୍ଚଳକୁ ସଙ୍ଗେ ସଙ୍ଗେ ଖାଲି କରିଦିଆ ଯାଇଛି । ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।

ଓଡିଶା ଡଟ କମ

Exit mobile version