Site icon Odisha.com

କୁମ୍ଭୀର ମିଳନ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ତିନି ମାସ ଭିତରକନିକା ବନ୍ଦ

ଓଡିଶା ଡଟ କମ ସଂବାଦ ଦାତା

କେନ୍ଦ୍ରାପଡା, ମଇ ୧ (ଓଡିଶା ଡଟ କମ) କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଅଭୟାରଣ୍ୟରେ ଲୁଣି ପାଣି କୁମ୍ଭୀର ମାନଙ୍କର ମିଳନ ଏବଂ ଅଣ୍ଡା ଦେବା ତିନି ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ମାନଙ୍କୁ ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ କରିବା ଉପରେ ସ୍ଥାନୀୟ ବନ ବିଭାଗ ଶୁକ୍ରବାର ଠାରୁ କଟକଣା ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି ।

ପର୍ଯ୍ୟଟକଙ୍କ କାର୍ଯ୍ୟକଳାପ ଯୋଗୁଁ କୁମ୍ଭୀରମାନଙ୍କ ମିଳନ ଏବଂ ଅଣ୍ଡା ଦେବା ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରି ଏହି ବାରଣ କରାଯାଇଥିବା ଉଦ୍ୟାନର ଜଣେ ଅଧିକାରୀ କହିଛନ୍ତି ।

କୁମ୍ଭୀରମାନଙ୍କ ମିଳନ ସମୟରେ ବାଧା ଉପୁଜିଲେ ସେମାନେ ଭୟଙ୍କର ହୋଇ ପଡିବା ସହ ସମୟ ସମୟରେ ପରସ୍ପରକୁ ଆକ୍ରମଣ କରନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଜଙ୍ଗଲ କର୍ମଚାରୀମାନେ ଏହି ଲୁଣି ପାଣି କୁମ୍ଭୀରମାନଙ୍କ ମିଳନ ସ୍ଥଳୀ ପାଇଁ ଭିତରକନିକା ନଦୀ ଯୋଜନାରେ ବିଭିନ୍ନ ସ୍ଥାନ ଚିହ୍ନିତ କରିଛନ୍ତି ।

ବର୍ତ୍ତମାନ ଭିତରକନିକାରେ ପ୍ରାୟ ୧୬୦୦ ବଉଳା କୁମ୍ଭୀର ଥିବା କୁହା ଯାଉଛି । କିଛି ବର୍ଷ ତଳେ ଏହି ଉଦ୍ୟାନରେ ୨୩ ଫୁଟ ଲମ୍ବ ବିଶିଷ୍ଟ ପୃଥିବୀର ଦୀର୍ଘତମ କୁମ୍ଭୀର ଥିବାରୁ ଗିନୀଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଥିଲା ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତି ବର୍ଷ କୁମ୍ଭୀରଙ୍କ ପ୍ରଜଜନ ଓ ଅଣ୍ଡାଦାନ ତିନିମାସ ସମୟ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଥାଏ ।

ଓଡିଶା ଡଟ କମ

Exit mobile version