Site icon Odisha.com

ଆଇଏଏସ ସ୍ତରରେ ପୁଣି ଅଦଳବଦଳ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨ (ଓଡିଶା ଡଟ କମ) ବରିଷ୍ଠ ଆଇଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳକୁ ଦୁଇ ସପ୍ତାହ ହୋଇନାହିଁ, ରାଜ୍ୟ ସରକାର ଶନିବାର ପ୍ରଶାସନିକ ସ୍ତରରେ ପୁଣି ଏକ ଅଦଳବଦଳ କରି ବିଷ୍ଣୁ ପ୍ରସାଦ ସାହୁଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିବା ବେଳେ ଅନିଲ କୁମାର ସାମଲଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ଉପସ୍ଥାପିତ କରିଛନ୍ତି ।

ସାମଲ ଓଡିଶା ପର୍ଯ୍ୟଟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବେ । ଠିକ ସେହିପରି ମନୋରଞ୍ଜନ ପଟ୍ଟନାୟକଙ୍କୁ ଜେଲ ବିଭାଗର ଅତିରିକ୍ତ ଆଇଜି ଭାବେ ନିଯୁକ୍ତି ମିଳିଥିବା ବେଳେ, ବିଷ୍ଣୁ ପ୍ରସାଦ ପୃଷ୍ଟିଙ୍କୁ ମାର୍କଫେଡ ର ପରିଚାଳନା ନିର୍ଦେଶକ କରାଯାଇଛି ।

ଏହା ବ୍ୟତୀତ ସରକାର ପାଞ୍ଚ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ କେନ୍ଦ୍ରକୁ ଡେପୁଟେସନରେ ଯିବା ପାଇଁ ଅନୁମତି ଦେଇଛନ୍ତି। ସେହି ଅଧିକାରୀ ମାନେ ହେଲେ ଅରବିନ୍ଦ ପାଢୀ ଓ ଉଷା ପାଢୀ, ଏସ ଅସ୍ଵାଥି, ପରାଗ ଗୁପ୍ତା ଓ ନିକୁଞ୍ଜ ସୁନ୍ଦର ରାୟ ।

ଓଡିଶା ଡଟ କମ

Exit mobile version