Site icon Odisha.com

ନେପାଳରୁ ରାଜ୍ୟର ଆଉ ୬୩ ଜଣଙ୍କ ଗୃହ ପ୍ରତ୍ୟାବର୍ତ୍ତନ

ଭୁବନେଶ୍ଵର, ମଇ ୨ (ଓଡିଶା ଡଟ କମ) ଭୂକମ୍ପ ପ୍ରଭାବିତ ନେପାଳରୁ ଓଡିଶାର ଆହୁରି ୬୩ ଜଣ ଗୃହ ପ୍ରତ୍ୟାବର୍ତନ କରିଥିବା ରାଜ୍ୟ ସରକାର କହିଛନ୍ତି । ଏହାକୁ ମିଶାଇ ନେପାଳରୁ ରାଜ୍ୟରେ ନିଜ ଘରକୁ ଫେରି ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୨ରେ ପହଞ୍ଚିଛି ।

ସ୍ଵତନ୍ତ୍ର ରାଜସ୍ଵ କମିଶନରଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ନେପାଳରେ ଏବେ ମଧ୍ୟ ରାଜ୍ୟର ପ୍ରାୟ ତିନିଶହରୁ ଅଧିକ ଲୋକ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇ ସୁରକ୍ଷିତ ରହିଛନ୍ତି ଓ ସେମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।

ଏହା ମଧ୍ୟରେ ତୀର୍ଥ ଯାତ୍ରାରେ ଯାଇ ଉତ୍ତରାଖଣ୍ଡରେ ଫସିଯାଇଥିବା ଭଦ୍ରକର ୫୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ଏହି ଅଫିସ ସୂଚନା ଦେଇଛି  ।

ଓଡିଶା ଡଟ କମ

Exit mobile version