Site icon Odisha.com

ଓଡିଶା ସଂସ୍ଥାକୁ ଗୋଡାଡିର ଅଗ୍ରଣୀ ହୋଷ୍ଟିଂ ଚ୍ୟାନେଲ୍ ପାର୍ଟନର ମାନ୍ୟତା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୫ (ଓଡିଶା ଡଟ କମ) କ୍ଷୁଦ୍ର ବ୍ୟବସାୟୀଙ୍କୁ ଡୋମେନ ବୁକିଂ, ୱେବ ହୋଷ୍ଟିଙ୍ଗ ଆଦି  ସୂଚନା ପ୍ରଯୁକ୍ତି ସେବା ପ୍ରଦାନ କରୁଥିବା ବିଶ୍ୱର ଅଗ୍ରଣୀ କମ୍ପାନୀ ଗୋଡାଡି ଭୁବନେଶ୍ବର ସ୍ଥିତ ସୁର୍ଯ୍ୟନନ୍ଦନ ଡଟ ନେଟକୁ ଦେଶର ଅଗ୍ରଣୀ ୱେବ୍ ହୋଷ୍ଟିଂ ଚ୍ୟାନେଲ ପାର୍ଟନର ମାନ୍ୟତା ଦେଇଥିବା, ସୁର୍ଯ୍ୟନନ୍ଦନ ଡଟ ନେଟର ପ୍ରତିଷ୍ଠତା ପ୍ରଶାନ୍ତ ସାହୁ ମଙ୍ଗଳବାର କହିଛନ୍ତି ।

ଗୋ ଡାଡି ସହଭାଗିତାରେ ପ୍ରଥମକରି ୨୦୧୩ ମସିହାରେ କାର୍ଯ୍ୟାରମ୍ଭ କରିଥିବା ସୁର୍ଯ୍ୟନନ୍ଦନ ରାଜ୍ୟରେ ଓ ରାଜ୍ୟ ବାହାରେ ପ୍ରାୟ ୮,୫୦୦ ଗ୍ରାହକଙ୍କୁ ଡୋମେନ୍ ରେଜଷ୍ଟ୍ରେସନ୍, ୱେବ ହୋଷ୍ଟିଂ ଓ ୱେବସାଇଟ ଡିଜାଇନିଂ ସେବା ଯୋଗାଇଆସୁଥିବା ସେ କହିଛନ୍ତି ।

ଗୋଡାଡି ସୁର୍ଯ୍ୟନନ୍ଦନକୁ ଅଗ୍ରଣୀ ଚ୍ୟାନେଲ ପାର୍ଟନରର ମାନ୍ୟତା ଦେଇଥିବାରୁ ଏଥର ଗ୍ରାହକ ମାନେ ସୁର୍ଯ୍ୟନନ୍ଦନ ଜରିଆରେ ଗୋ ଡାଡିର ସମସ୍ତ ସେବା ସିଧାସଳଖ ପାଇପାରିବେ ବୋଲି ସେ କହିଛନ୍ତି ।

ଏହି ଅବସରରେ ଗୋଡାଡି ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ତଥା ଉପସଭାପତି ରାଜୀବ୍ ସୋଧୀ କହିଛନ୍ତି, ଭାରତ ବଜାର ଆମ ପାଇଁ ଡୁ-ଇଟ-ଫର-ମି ବଜାର ଅଟେ ।

“ଆମର ଚ୍ୟାନେଲ୍ ପାର୍ଟନର ମାନେ ଆମର ଉତ୍ପାଦକୁ ସାଧାରଣ ବ୍ୟବସାୟୀଙ୍କୁ ପହଞ୍ଚାଇବାରେ ସହାୟକ ହେଉଛନ୍ତି । ଆମେ ଛୋଟ ବ୍ୟବସାୟକୁ ସଫଳ କରିବା ପାଇଁ ସେମାନଙ୍କ ସହିତ ମିଳିତ ହୋଇ କାର୍ଯ୍ୟ କରିବା ସହିତ ବିଭିନ୍ନ ଟୁଲ୍ ପ୍ରଦାନ କରୁଛୁ”, ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version