Site icon Odisha.com

ମାଟ୍ରିକ ପରୀକ୍ଷା ଫଳ, ପାସ ହାର ୮୨.୫୬ ପ୍ରତିଶତ

ଓଡିଶା ଡଟକମ ସଂବାଦ ଦାତା

କଟକ , ମଇ ୬ (ଓଡିଶା ଡଟ କମ) ବୁଧବାର ରାଜ୍ୟ ମାଧ୍ୟମିକ ଶିକ୍ଷାପରିଷଦ ମେଟ୍ରିକ ବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଘୋଷଣା କରିଥିବା ବେଳେ ଚଳିତ ବର୍ଷ ପାସ ହାର ୮୨.୫୬ ପ୍ରତିଶତ ରହିଥିବା ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କାହିଛନ୍ତି ।

ଫେବ୍ରୁୟାରୀ ତେଇଶ ରୁ ମାର୍ଚ ନଅ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ପ୍ରାୟ ୫୯୨୦୦୦ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସେମାଙ୍କ ମଧ୍ୟରୁ ୪,୯୧,୯୫୯ ଜଣ ପାସ ହୋଇଥିବା ସେ କାହିଛନ୍ତି ।ତେବେ ୨୦୧୪ ରେ ୭୮.୯୫ ପ୍ରତିଶତ ପାସହାର ଥିବାବେଳେ ୨୦୧୫ ରେ ପାସହାର ବୃଦ୍ଧି ପାଇ ୮୨.୫୬ ପ୍ରତିଶତ ହୋଇଛି ।

୧୪୭୩ ଛାତ୍ର ଛାତ୍ରୀ ଏ-ଗ୍ରେଡ ରଖିଥିବା ବେଳେ ୧୬୦୨୧ଜଣ ଏ ଟୁ -ଗ୍ରେଡରେ , ୪୬୬୮୮ଜଣ ବି ୱାନ -ଗ୍ରେଡରେ , ୪୩୧୯୪ଜଣ ବି ଟୁ -ଗ୍ରେଡରେ , ୧,୧୦,୩୩୭ଜଣ ସି-ଗ୍ରେଡରେ , ୧,୨୧,୨୯୨ଜଣ ଡି-ଗ୍ରେଡରେ ଓ ୭୨,୯୫୪ଜଣ ଇ-ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପୂର୍ବ ବର୍ଷ ୨୫ ଟି ସ୍କୁଲରେ କେହି ପାସ କରିନଥିବା ବେଳେ ଚଳିତ ବର୍ଷ ୧୪ଟି ସ୍କୁଲରେ କେହି ପାସ କରିନାହାନ୍ତି । ବରଗଡ ଜିଲ୍ଲାରେ ପାସ ପ୍ରତିଶତ ହାର ସବୁଠାରୁ କମ ଥିବା ବେଳେ ୯୧.୫୮ ପ୍ରତିଶତ ପାସ ହାର ରାଖି ବାଲେଶ୍ଵର ଜିଲ୍ଲା ସବୁ ଠାରୁ ଶୀର୍ଷରେ ରହିଛି ।

ଓଡିଶା ଡଟକମ

Exit mobile version