ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ମଇ ୯ (ଓଡିଶା ଡଟ କମ) ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ରେ ଥିବା ଚକେଇସିଆଣୀ ଓ ଡୁମୁଡୁମା ମଧ୍ୟରେ ସରକାରଙ୍କ ପ୍ରୋତ୍ସାହନରେ ଶୁକ୍ରବାର ସିଟି ବସ୍ ସେବା ଆରମ୍ଭ ହୋଇଛି ।
ଏହି ରାସ୍ତାରେ ତିନୋଟି ବସ ପ୍ରତିଦିନ ସକାଳ ୬.୩୦ ରୁ ସନ୍ଧ୍ୟା ସାତ ମଧ୍ୟରେ ଚଳାଚଳ ଆରମ୍ଭ କରିଥିବା ବେଳେ ଲୋକଙ୍କ ଆବଶ୍ୟକତା କୁ ଦେଖି ବସ ସଂଖ୍ୟା ବଢିବ ବୋଲି ବସ୍ ସେବାର ଲୋକାର୍ପଣ କରି ରାଜଧାନୀ ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ।
ଏହି ବସ୍ ଗୁଡିକ ଚକେଇସିଆଣୀ ଉଛ ବିଦ୍ୟାଳୟ, ଦୂର୍ଗା ମଣ୍ଡପ, ଏସ୍ କେ ଛକ, ଭିଏସ୍ ଏସ୍ ନଗର , ଇଡକୋ ଛକ, , ପୁରୁଣା ଥାନା ଛକ ଦେଇ ରସୁଲଗଡ ଯାଇ ସହର ସହ ସଂଯୋଗ କରୁଛି । ପ୍ରତି ଅଧ ଘଣ୍ଟାରେ ଏହି ଛକ ଗୁଡିକରେ ଯାତ୍ରୀଙ୍କୁ ବସ୍ ସେବାର ସୁବିଧା ଉପଲବ୍ଧ କରାଯାଇଛି ।
ଚକେଇସିଆଣୀ ଅଞ୍ଚଳ ବସି ବହୁ ଦିନରୁ ତାଙ୍କ ଅଞ୍ଚଳକୁ ସିଟି ବସ୍ ସେବା ଯୋଗାଇଦେବା ପାଇଁ ଦାବି କରି ଆସୁଥିଲେ । ଏହି ନୂଆ ବସ୍ ସେବା ଆରମ୍ଭ ହେବାରୁ ସେମାନଙ୍କ ବହୁଦିନର ଆଶା ପୂରଣ ହୋଇଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି ।
ଓଡିଶା ଡଟ କମ
Leave a Reply