Site icon Odisha.com

୧୨ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ, ଝାରସୁଗୁଡାରେ ୪୪ ଡିଗ୍ରୀ

ଭୁବନେଶ୍ଵର, ମଇ ୯ (ଓଡିଶା ଡଟକମ) ରାଜ୍ୟର ବାରଟି ଜିଲ୍ଲାରେ ଶନିବାର ତାପମାତ୍ରା ଚାଳିଶ ଡିଗ୍ରୀ ଉପରେ ରହିଥିବା ବେଳେ, ଝାରସୁଗୁଡାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ କହିଛି ।

ଯେଉଁ ସ୍ଥାନରେ ଚାଳିଶ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେ ସ୍ଥାନ ଗୁଡିକ ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ, ହୀରାକୁଦ, ଭବାନୀପାଟଣା, ଅନୁଗୁଳ, ବଲାଙ୍ଗିର ଓ ଟିଟିଲାଗଡ ଅନ୍ୟତମ ।

ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରି ଅନୁଗୁଳ ରାଜ୍ୟର ଦ୍ଵିତୀୟ ଉତ୍ତପ୍ତ ସହର ପାଲଟିଥିଲା । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଦ୍ଵିପହର ସମୟରେ ବହୁ ଲୋକ ଘର ଭିତରେ ରହିଥିଲେ । ବହୁ ସ୍ଥାନରେ ଜନ ଜୀବନ ପ୍ରଭାବିତ ହୋଇଥିଲା ।

ଓଡିଶା ଡଟ କମ

Exit mobile version