Site icon Odisha.com

ଶ୍ରଦ୍ଧାଳୁଙ୍କ ହରିବୋଲ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଦାରୁ ଛେଦନ କାର୍ଯ୍ୟ ସଂପନ୍ନ

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୦ (ଓଡିଶା ଡଟ କମ) ପୁରୀରେ ହେବାକୁ ଥିବା ନବ କଳେବର ପାଇଁ ଜଗତସିଂହପୁର ଜିଲ୍ଲାର ଖରିପଡିଆ ଗାଁରେ ଚିହ୍ନଟ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ଦାରୁ ବୃକ୍ଷ ଛେଦନ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ଶନିବାର ସଂପନ୍ନ ହୋଇଛି ।

ସୂର୍ଯ୍ୟ ଉଦୟ ପରେ ବିଭିନ୍ନ ପାରମ୍ପରିକ ରୀତିନୀତିରେ ଦେବା ଦେବୀଙ୍କ ପୂଜା କରଯାଇଥିଲା । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବନ ଜାଗ ଯଜ୍ଞ ର ପୂର୍ଣାହୁତି ପରେ ଅପରାହ୍ନରେ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ବିଦ୍ୟାପତି ଓ ବିଶ୍ଵାବସୁ ଦାରୁ ଚାରିପାଖରେ ପ୍ରଦକ୍ଷିଣ କରିବା ସହ ସଂସ୍କାର କରାଯାଇଥିବା ସୁନା ଓ ରୂପା କୁରାଢିରେ ଦାରୁ ମୂଳ ସ୍ପର୍ଶ କରିଥିଲେ ।

ପରେ ବିଶ୍ଵକର୍ମା ମାନେ ଲୁହା କୁରାଢୀରେ ଦାରୁ ଛେଦନ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଦାରୁ ଛେଦନ କାର୍ଯ୍ୟରେ ସାତଜଣ ବିଶ୍ଵକର୍ମା ଓ ପ୍ରାୟ ପଚାଶରୁ ଊର୍ଦ୍ଧ୍ଵ ମହାରଣା ଯୋଗଦେଇଥିଲେ ।

ଚାରିଘଣ୍ଟାରେ ରାତି ପ୍ରାୟ ଆଠଟା ପନ୍ଦର ସମୟରେ ମହାଦାରୁ ଭୂମିସ୍ପର୍ଶ କରିଥିଲା । ଦାରୁ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଖରିପଡିଆରେ ଏକତ୍ରିତ ହୋଇ ଥିଲେ । ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା ।

ଓଡିଶା ଡଟ କମ

Exit mobile version