Site icon Odisha.com

କର୍ମଚାରୀଙ୍କ ମଧ୍ୟରେ ସମନ୍ଵୟ ପାଇଁ ଆରଏସପିର ‘ପ୍ରୟାସ’

ଓଡିଶା ଡଟ କମ ସଂବାଦ ଦାତା

ରାଉରକେଲା,ମଇ ୧୪ (ଓଡିଶା ଡ଼ଟ୍ କମ୍), ରାଉରକେଲା ଇସ୍ପାତ କାରଖାନାରେ କର୍ମଚାରୀଙ୍କ ମଧ୍ୟରେ ସମନ୍ଵୟକୁ ସୁଦୃଢ କରିବା ଓ ସେମାନଙ୍କର ଆଭିମୁଖ୍ୟ ଗୁଡିକୁ ପ୍ରତିଷ୍ଠାନର ଆଭିମୁଖ୍ୟ ସହ ସଂଲଗ୍ନ ନିମନ୍ତେ ଗୁରୁବାର ବ୍ଲାଷ୍ଟ ଫର୍ଣ୍ଣେସ-୫ ଠାରେ “ଲକ୍ଷ୍ୟ” ନାମକ ଏକ ନୂତନ ଯୋଗାଯୋଗ ‘ପ୍ରୟାସ’ର ଶୁଭାରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ କାରଖାନାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ଅଶ୍ଵିନୀ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଏହି ଅବସରରେ ସର୍ଭିସେସ ବିଭାଗର ଭାରପ୍ରାପ୍ତ ଜିଏମ, ଶ୍ରୀ ବଲବୀର ସିଂହ, ଇଲେକଟ୍ରିକାଲ ଓ ପାୱାର ବିଭାଗର ଭାରପ୍ରାପ୍ତ ଜିଏମ ଶ୍ରୀ ୟୁ ମିଶ୍ର, ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗର ଜିଏମ ପି କେ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ଓ ଏଥିରେ ୫୦ ଅଂଶଗ୍ରହଣକାରୀ ଭାଗ ନେଇଥିଲେ ।

ଅଶ୍ଵିନୀ କୁମାର ନିଜ ଅଭିଭାଷଣରେ ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମରେ ଯୋଗଦେଇ ମତବିନିମୟ ଅଧିବେଶନକୁ ସଫଳ କରିବା ପାଇଁ ଆହ୍ଵାନ ଜଣାଇଥିଲେ।

ସେ କର୍ମଚାରୀ ମାନଙ୍କୁ ବ୍ଲାଷ୍ଟ ଫର୍ଣ୍ଣେସ-୫ ଉତ୍ପାଦନରେ ଅଧିକ ଉନ୍ନତିପାଇଁ ସହୋଯୋଗ କରିବା କଥା କହିଥିଲେ। ଏଥିରେ ଉପସ୍ଥିତ ଥିବା ଅନ୍ୟ ବରିଷ୍ଠ ଅଧିକାରୀ ମାନେ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଓଡିଶା ଡ଼ଟ୍ କମ୍

Exit mobile version