Site icon Odisha.com

ଖୋର୍ଦ୍ଧା ନିକଟରେ ବେଆଇନ ବନ୍ଧୁକ କାରଖାନା ଠାବ , ଚାରି ଗିରଫ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୬ (ଓଡିଶା ଡଟ କମ ) ସ୍ଥାନୀୟ କମିଶନରେଟ ପୁଲିସର କୁଇକ ଏକସନ ଟିମ ଓ ତମାଣ୍ଡୋ ପୁଲିସର ମିଳିତ ଉଦ୍ୟମରେ ଖୋର୍ଦ୍ଧା ଜିଲ୍ଲାରେ ଶନିବାର ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ କାରଖାନା ଚାଲୁଥିବା ଘରର ମାଲିକ ସମେତ ଚାରିଜଣଙ୍କୁ ଗିରଫ କରାଯାଇଥିବା ଡେପୁଟି କମିଶନର ସତ୍ୟବ୍ରତ ଭୋଇ ଓଡିଶା ଡଟ କମକୁ କହିଛନ୍ତି ।

କୁଇକ ଏକସନ ଟିମ ଓ ତମାଣ୍ଡୋ ପୁଲିସ ଦୁଇଜଣ ଯୁବକ ସନାତନ ବଳିଆର ସିଂହ ଓ ରଣେନ୍ଦ୍ର ପ୍ରତାପ ଦାସଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସମୟରେ ଧରିଥିଲେ ଓ ତାଙ୍କଠାରୁ ଗୋଟିଏ ଦେଶୀ ରିଭଲଭର ଓ ଗୋଟିଏ ପିସ୍ତଲ ଓ ପାଞ୍ଚ ରାଉଣ୍ଡ ଗୁଳି  ଜବତ ହୋଇଥିଲା ।

୨୪ ବର୍ଷ ବୟସ୍କ ସନାତନ ଚନ୍ଦକା ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ର ବାସିନ୍ଦା ହୋଇଥିବା ବେଳେ ୧୮ ବର୍ଷ ବୟସ୍କ ରଣେନ୍ଦ୍ର ଅନ୍ଧାରୁଆ ଅଞ୍ଚଳର ବୋଲି ସେ କହିଛନ୍ତି । ଜେରା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଅନ୍ତର୍ଗତ ପାଣିଛତ୍ର ଗ୍ରାମର ନାମ ପ୍ରକାଶ କରିବା ସହ କିଛି ଗୁରୁତ୍ଵପୂର୍ଣ ତଥ୍ୟ ପ୍ରଦାନ କରିଥିଲା ।

ଏହି ତଥ୍ୟ ଉପରେ ପୁଲିସ ଉକ୍ତ ଗ୍ରାମରେ ବ୍ୟାପକ ଖାନତଲାସ ଚଳାଇ ୬୦ ବର୍ଷ ବୟସ୍କ ବାବୁଲି ମହାରଣା ନାମକ ବ୍ୟକ୍ତିର ଘରେ  ବନ୍ଧୁକ କାରଖାନା ଠାବ କରିଥିଲା । ଉକ୍ତ ଘରୁ ଆଉ ଦୁଇଟି ରିଭଲଭର, କିଛି ଗନ ପାଉଡର, ଲେଦ ମେସିନ, ଏଗାର ରାଉଣ୍ଡ ଗୁଳି ଓ ଗୁଳି ଗୋଳା ତିଆରି କରିବା ସାମଗ୍ରୀ ଆଦି ମିଳିଥିଲା ।

ଘର ମାଲିକ ବାବୁଲି ମହାରଣା ଜଣେ ଲୋହାର ଓ ତାକୁ ମିଶାଇ ଚାରି ଜଣଙ୍କୁ  ଗିରଫ କରଯାଇଥିବା ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version