Site icon Odisha.com

ତିନିମାସ ପରେ ଆଧୁନିକ ମେଟାଲିକସରେ ପୁଣି କାର୍ଯ୍ୟ ଆରମ୍ଭ

ଓଡିଶା ଡଟ କମ ସଂବାଦ ଦାତା

ରାଉରକେଲା, ମଇ ୧୬ (ଓଡିଶା ଡ଼ଟ୍ କମ୍) ଗତ ତିନିମାସ ଧରି ଗୁରୁତର ସମସ୍ୟା ଓ କଞ୍ଚାମାଲର ଅଭାବ ଯୋଗୁଁ ବନ୍ଦ ହୋଇଯାଇଥିବା ରାଉରକେଲାର କୁଆଁରମୁଣ୍ଡାସ୍ଥିତ ଆଧୁନିକ ମେଟାଲିକସ କାରଖାନାରେ ପ୍ରାୟ ତିନିଶହରୁ ଊର୍ଦ୍ଧ୍ଵ କର୍ମଚାରୀ ତାଙ୍କ କାର୍ଯ୍ୟାରମ୍ଭ କରିଥିବା ବେଳେ କାରଖାନାରେ ଉତ୍ପାଦନ ଖୁବ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ସ୍ତୃଷ୍ଟି ହୋଇଛି ।

ବାର୍ଷିକ ୦.୪୫ ମିଲିୟନ ଟନ ଉତ୍ପାଦନ କ୍ଷମତା ସମ୍ପନ୍ନ ଏହି ଇସ୍ପାତ କାରଖାନା ପରିଚାଳନାଗତ ଅବ୍ୟବସ୍ଥା, କଞ୍ଚାମାଲର ଅଭାବ ଓ ଅନ୍ୟାନ ସମସ୍ୟା ଯୋଗୁଁ ଫେବୃଆରୀ ୧୩ରୁ ବନ୍ଦ ଥିଲା । ଶ୍ରମିକ ଓ କର୍ମଚାରୀ ତୀବ୍ର ଅସନ୍ତୋଷ ପ୍ରକାଶ କରି କାରଖାନା ପୁନଃ ଚାଲୁ କରିବା ଦାବିରେ ବାରମ୍ବାର ଆନ୍ଦୋଳନ କରିଥିଲେ ।

ଗତ ଆଠ ତାରିଖ ଦିନ ଶ୍ରମିକ ସଂଘ ସହ କମ୍ପାନୀ କତ୍ତୃପକ୍ଷ ଆଲୋଚନା କଲା ପରେ ଉଭୟଙ୍କ ମଧ୍ୟରେ କାରଖାନା ଚାଲୁ କରିବା ସଂକ୍ରାନ୍ତରେ ଏକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥଲ। ଏହ ପରେ ପ୍ରାୟ ୩୦୭ ଜଣ ଶ୍ରମିକ କର୍ମଚାରୀ ଓ ଅଫିସର ଗୁରୁବାର କାର୍ଯ୍ୟରେ ଯୋଗ ଦେଇଥିଲେ ।

ଓଡିଶା ଡଟ କମ

Exit mobile version