Site icon Odisha.com

କର୍ପୋରେଟ ଓକିଲ ହେବା ରାଜ୍ୟ ଟପ୍ପର ଙ୍କ ଲକ୍ଷ୍ୟ

ଓଡିଶା ଡ଼ଟ୍ କମ୍ ସଂବାଦ ଦାତା

ରାଉରକେଲା, ମଇ ୧୯ (ଓଡିଶା ଡ଼ଟ୍ କମ୍), ଆଇସିଏସଇ ଦ୍ଵାଦଶ ଶ୍ରେଣୀ  ବୋର୍ଡ ପରୀକ୍ଷାରେ ରାଜ୍ୟ ଟପ୍ପର ହୋଇଥିବା ରାଉରକେଲାର ସେଣ୍ଟ ଜୋସେଫେସ କନଭେଣ୍ଟ ସ୍କୁଲ ର ନିଧି ଅଗ୍ରୱାଲ ଭବିଷ୍ୟତରେ କର୍ପୋରେଟ ଓକିଲ ହେବା ଲକ୍ଷ୍ୟ ରଖିଛନ୍ତି ।

ପିତା ମାତାଙ୍କ ସହ ନିଧି

” ଆଜିକାଲି ସମସ୍ତେ ଇଞ୍ଜିନିୟରିଂ ,ମେଡିକାଲ ପଢିବା ପାଇଁ ଆଗ୍ରହୀ କିନ୍ତୁ ମୁ ଟିକେ ଅଲଗା ପଢିବାକୁ ଚାହୁଁଛି । ମୋ ବାପା ଜଣେ ବିଜନେସ ମ୍ୟାନ ।

ମୁ ବ୍ୟବସାୟ ସମ୍ପର୍କରେ କିଛି ଜ୍ଞାନ ରଖେ । କର୍ପୋରେଟ ଓକିଲ ହୋଇ ସେ କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ମୋର ଆଗ୍ରହ ରହିଛି ।

ଭଲ ସଂସ୍ଥା ରେ ପଢିବା ପାଇଁ ମୁ ଏ ସଂକ୍ରାନ୍ତରେ ପ୍ରବେଶିକା ପରୀକ୍ଷା ମଧ୍ୟ ଦେଇସାରିଛି, ଅଗ୍ରୱାଲ ଓଡିଶା ଡ଼ଟ୍ କମ୍ କୁ ମଙ୍ଗଳବାର ଏକ ସାକ୍ଷାତକାର ରେ କହିଛନ୍ତି । ଏହା ହେଉଛି ମୋର ପସନ୍ଦ ର ବିଷୟ ।

ସଫଳତାର ଶ୍ରେୟ ନିଜ ବାପା, ମା, ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସେ ଦେଇଛନ୍ତି । ସ୍କୁଲ ସାରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ଓ ବାପା ମାଙ୍କ ପ୍ରେରଣା ତଥା ଦୁଇ ବର୍ଷର ପରିଶ୍ରମ ଯୋଗୁଁ ଆଜି ମୋତେ ସଫଳତା ମିଳିଛି ବୋଲି ସେ କହିଥିଲେ ।

“ମୁ ଦିନରେ ସାତ ଆଠ ଘଣ୍ଟା ପଢୁଥିଲି । ହେଲେ ବାଧ୍ୟ ବାଧକତାରେ ରେ ନୁହେଁ । ପାଠପଢା ମତେ ଖୁସିଦିଏ ଓ ମୁ ପଢିବାକୁ ଭଲ ପାଏ । ଅନ୍ୟମାନେ ଯେପରି ଗୀତ ଶୁଣିବାକୁ, ଖେଳିବାକୁ, ଟିଭି ଦେଖିବାକୁ ଭଲ ପାଆନ୍ତି ମୁ ସେପରି ପଢିବାକୁ ଭଲ ପାଏ ।” ସେ କହିଛନ୍ତି ।

“ଯେତେବେଳେ ମୁ ପାଠପଢାକୁ ନେଇ ସିରିୟସ ହେଇଯାଉଥିଲି, ସେତେବେଳେ ମୋ ବାପା ମତେ ମୁଭି ଦେଖିବାକୁ ନେଇଯାଉଥିଲେ। ମା ମଧ୍ୟ ପଢିବାରେ ମତେ ବହୁତ ସାହାଯ୍ୟ କରିଛନ୍ତି” ବୋଲି ନିଧି କହିଥିଲେ। ନିଧିଙ୍କ ପିତା ଜଣେ ବିଜନେସ ମ୍ୟାନ ଓ ମା ଜଣେ ଗୃହିଣୀ । ତିନି ଭଉଣୀ ଓ ଜଣେ ଭାଇଙ୍କ ଭିତରେ ନିଧି ହୋଉଛନ୍ତି ସାନ ।

ବଡ ଭଉଣୀ ବିବାହିତା, ସେ ଏମବିଏରେ ଗୋଲ୍ଡ ମେଡାଲ ପାଇଥିବା ବେଳେ ଆଉ ଜଣେ ଭଉଣୀ ବିସିଏ କରିଛନ୍ତି, ସେ ମଧ୍ୟ ବିବାହିତା । ଭାଇ ବିଟେକ ପଢୁଛି ।

ନିଧି କହିଥିଲେ ଯେ, ତାଙ୍କର ଆଶା ଥିଲା ସେ ୯୯ ପ୍ରତିଶତ ମାର୍କ ରଖିବେ ତେବେ ୯୮.୫୦ପ୍ରତିଶତ ମାର୍କ ପାଇ ବି ସେ ବେଶ ଖୁସି । ତାଙ୍କୁ ବ୍ୟାଡମିଣ୍ଟନ ଖେଳିବାକୁ ଭଲ ଲାଗେ ଓ ସୁଇମିଂ କରିବାକୁ ମଧ୍ୟ ସେ ଭଲ ପାଆନ୍ତି। ଫାଙ୍କା ସମୟରେ ସେ ଉପନ୍ୟାସ ପଢନ୍ତି ଓ ରୋଷେଇ ବି ତାଙ୍କର ବହୁତ ପସନ୍ଦ ।

“କେବଳ ମୁ ନୁହେଁ, ପାଠପଢା କୁ ଯିଏ ବି ଖୁସିରେ, ଆଗ୍ରହରେ, ପଢିବେ ସେ ନିଶ୍ଚେ ସଫଳତା ହାସଲ କରିପାରିବେ ” ଏହା ଥିଲା ନିଧିଙ୍କର ମତ ।

ଓଡିଶା ଡ଼ଟ୍ କମ୍

Exit mobile version