ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ମଇ ୨୦ (ଓଡିଶା ଡଟ କମ) ଚଳିତ ବର୍ଷ କଟକ ଓ ଭୁବନେଶ୍ଵର ଭଳି ରାଜ୍ୟର ଅନ୍ୟ ପ୍ରମୁଖ ସହରରେ ସରକାର ସିଟି ବସ ସେବା ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି ।
ଏଥିପାଇଁ ବସ କିଣା ତଥା ସମ୍ପୃକ୍ତ ଅଞ୍ଚଳର ରୁଟ ମ୍ୟାପ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ବଲାଙ୍ଗିର, ରାଉରକେଲା ଓ କୋରାପୁଟ ରେ ଏହି ସେବା ଆରମ୍ଭ କରିବା ପାଇଁ ୫୦, ୩୦, ଏବଂ ୨୦ ବସ କିଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁରହିଛି ।
ଉକ୍ତ ସହର ମାନଙ୍କରେ ଭୁବନେଶ୍ବର ଓ କଟକ ଭଳି ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ ମଡେଲ ଗ୍ରହଣ କରାଯିବ ବୋଲି ନଗର ଉନ୍ନୟନ ବିଭାଗ ସୂତ୍ରରୁ ଜଣା ପଡିଛି ।
ଓଡିଶା ଡଟ କମ
Leave a Reply