Site icon Odisha.com

ଅନ୍ୟ ପ୍ରମୁଖ ସହରରେ ଚଳିତ ବର୍ଷଠାରୁ ସିଟି ବସ ସେବା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୦ (ଓଡିଶା ଡଟ କମ) ଚଳିତ ବର୍ଷ କଟକ ଓ ଭୁବନେଶ୍ଵର ଭଳି ରାଜ୍ୟର ଅନ୍ୟ ପ୍ରମୁଖ ସହରରେ ସରକାର ସିଟି ବସ ସେବା ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି ।

ଏଥିପାଇଁ ବସ କିଣା ତଥା ସମ୍ପୃକ୍ତ ଅଞ୍ଚଳର ରୁଟ ମ୍ୟାପ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି  । ବଲାଙ୍ଗିର, ରାଉରକେଲା ଓ କୋରାପୁଟ ରେ ଏହି ସେବା ଆରମ୍ଭ କରିବା ପାଇଁ ୫୦, ୩୦, ଏବଂ ୨୦ ବସ କିଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁରହିଛି ।

ଉକ୍ତ ସହର ମାନଙ୍କରେ ଭୁବନେଶ୍ବର ଓ କଟକ ଭଳି ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ ମଡେଲ ଗ୍ରହଣ କରାଯିବ ବୋଲି ନଗର ଉନ୍ନୟନ ବିଭାଗ ସୂତ୍ରରୁ ଜଣା ପଡିଛି ।

ଓଡିଶା ଡଟ କମ

Exit mobile version