Site icon Odisha.com

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ ମାରି ସେବାୟତ ଗିରଫ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୦ (ଓଡିଶା ଡଟ କମ) ଶ୍ରୀମନ୍ଦିରରେ ଠାକୁରଙ୍କ ସାହାଣ ମେଳା ଦର୍ଶନ ବେଳେ ମଙ୍ଗଳବାର ଜଣେ ଭକ୍ତଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ସେବାୟତଙ୍କୁ ଗିରଫ କରିଥିବା ପୁଲିସ କହିଛି ।

ଭଦ୍ରକ ଜିଲ୍ଲାର ସନାତନ ନାୟକ ଓ ତାଙ୍କ ବନ୍ଧୁ ପରିବାର ସହ ସୋମବାର ସନ୍ଧ୍ୟାରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ପହଞ୍ଚି ଥିଲେ।

ମଙ୍ଗଳବାର ସକାଳେ ଶ୍ରୀମନ୍ଦିରଙ୍କୁ ଯାଇ ଠାକୁରଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଜଣେ ସେବାୟତ ତାଙ୍କୁ ଆକ୍ରମଣ କରି ମାଡ ମାରିଥିବା ସେ ଅଭିଯୋଗ କରିବା ପରେ, ସମ୍ପୃକ୍ତ ସେବାୟତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟ ଆଶିଷ କୁମାର ସିଂହ ଓଡିଶା ଡଟ କମକୁ କହିଛନ୍ତି।

ଗିରଫ ହୋଇଥିବା ସେବାୟତଙ୍କ ନାମ ଚନ୍ଦନ ଖୁଣ୍ଟିଆ ।

ଓଡିଶା ଡଟ କମ

Exit mobile version