Site icon Odisha.com

ବଡ ଦାଣ୍ଡରେ ସୁଦର୍ଶନଙ୍କ ପ୍ରଥମ ବାଲୁକା ପେଣ୍ଟିଂ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୨ (ଓଡିଶା ଡଟ କମ) ପ୍ରଥମ ଥର ପାଇଁ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବଡ ଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ଦାରୁ ବୃକ୍ଷଙ୍କ ସ୍ଵାଗତ ଉଦ୍ଦେଶ୍ୟରେ ଏକ ବିରାଟ ବାଲୁକା ପେଣ୍ଟିଂ ତିଆରି କରିଛନ୍ତି ।

ଚାଳିଶ ଫୁଟ ଲମ୍ବ ଓ ଷାଠିଏ ଫୁଟ ଓସାରିଆ ଏହି ପେଣ୍ଟିଂରେ ଶଙ୍ଖ, ଚକ୍ର ଥିବା ଗୋଟିଏ ନିମ୍ବ ବୃକ୍ଷର ଚିତ୍ର ସେ ତିଆରି କରିଛନ୍ତି ।

ଏକ ଟନ ବାଲିରେ ରଙ୍ଗ ବ୍ୟବହାର କରି ସେ ତିଆରି କରିଥିବା ଏହି ପେଣ୍ଟିଂକୁ ଦେଖିବା ପାଇଁ ଭକ୍ତଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହୋଇଛି । ଏହି ପେଣ୍ଟିଂ ତିଆରି କରିବାରେ ତାଙ୍କ ଛାତ୍ର ଓ ଛାତ୍ରୀ ମାନେ ସାହାଯ୍ୟ କରିଥିବା ସୁଦର୍ଶନ ଓଡିଶା ଡଟ କମ କୁ କହିଛନ୍ତି।

ଏହି ପେଣ୍ଟିଂକୁ ତିଆରି କରିବାରେ ପାଞ୍ଚ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି ।
ଓଡିଶା ଡଟ କମ

Exit mobile version