Site icon Odisha.com

ଲାଞ୍ଚ ନେବା ଅଭିଯୋଗରେ ପୋଲିସ ଅଧିକାରୀ ଗିରଫ

ଓଡିଶା ଡଟ କମ ସମ୍ବାଦଦାତା

ସୁନ୍ଦରଗଡ,ମଇ ୨୫ (ଓଡିଶା ଡଟ କମ) : ଜିଲ୍ଲା ପୋଲିସ ପ୍ରତିଷ୍ଠା ଦିବସରେ ଜଣେ ଆଦର୍ଶ ମହିଳା ପୋଲିସ ଅଫିସର ଭାବେ ସମ୍ମାନିତ ହୋଇଥିବା ରିଆମାଳ ଥାନା ଆଇଆଇସି ସନ୍ତୋଷିନୀ ମହନ୍ତ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି ।

୨୦୧୪ ସେପ୍ଟମ୍ବର ୨୬ ରେ ତେନ୍ତୁଳିତଇଳା ରେ ଘଟିଥିବା ଡକାୟତି ଓ ଅନ୍ୟାନ ଘଟଣାରେ ପୁଅ ଲେନିନ ଜଡିତ ଥିବା କଥା କହି ବାପା ଅଶୋକ ପ୍ରଧାନଙ୍କୁ ,ବାରମ୍ବାର ହାବିଲଦାର ନବଘନ ସାହୁ ଥାନାକୁ ଡକାଉଥିଲେ। ଟଙ୍କା ଦେଲେ ସେ ଲେନିନ ନାଁ ରେ ଥିବା ସମସ୍ତ ମାମଲା କୁ ରଫଦଫା କରିଦେବେ ବୋଲି କହିଥିଲେ।

ତେଣୁ ଅଶୋକ ହାବିଲଦାରକୁ ପ୍ରଥମେ ପାଞ୍ଚ ହଜାର ତା’ପରେ ତିନି ହଜାର ଦେବା ସତ୍ବେ ଆଉ ଦଶ ହଜାର ଦେଲେ ପୁରା ମମାଲାର ରଫଦଫା କରାଯିବ ବୋଲି ଆଇଆଇସି ସନ୍ତୋଷିନୀ, ହାବିଲଦାର ନବଘନଙ୍କ ଜରିଆରେ କହିଥିଲେ।

ଶେଷରେ ବାଧ୍ୟ ହୋଇ ସେ ସମ୍ବଲପୁର ଭିଜିଲାନ୍ସ ଏସପି ଜୟନାରାୟଣ ପଙ୍କଜଙ୍କ ସହ ଦେଖା କରି ପୁରା ଘଟଣା ବିଷୟରେ ଜଣାଇଥିଲେ।

ତା’ପରେ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅଶୋକ ଟଙ୍କା ନେଇ ଥାନା କୁ ଯାଇଥିଲେ। ସେଠାରେ ସେ ଆଇଆଇସି ସନ୍ତୋଷିନୀଙ୍କୁ ଦଶ ହଜାର ଟଙ୍କା ଦେଇଥିଲେ ସେଥିରୁ ଆଠ ହଜାର ରଖି ବାକି ଦୁଇ ହଜାର ଟଙ୍କା ହାବିଲଦାର କୁ ଦେବା ପାଇଁ ଆଇଆଇସି ତାଙ୍କୁ ନିର୍ଦ୍ଦେଶ ଦେବା ସମୟରେ ଭିଜିଲାନ୍ସର ଏକ ସ୍କ୍ବାର୍ ଦ୍ଵାରା ତାଙ୍କୁ ଗିରଫ କରଯାଇଛି।

ଓଡିଶା ଡଟ କମ

Exit mobile version