Site icon Odisha.com

ଜୁନ ୧ରେ ପ୍ରକାଶ ପାଇବ ଯୁକ୍ତ ୨ପରୀକ୍ଷା ଫଳ

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୬ (ଓଡିଶା ଡଟ କମ) : ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ଜୁନ ୧ରେ ପ୍ରକାଶ ପାଇବ । ଏକ ସଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା  ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଭୁବନେଶ୍ଵର ସମେତ ଅନ୍ୟ ତିନୋଟି ଜୋନ ବ୍ରହ୍ମପୁର, ସମ୍ବଲପୁର ଓ ବାରିପଦାରେ ଏକକାଳୀନ ଫଳ ପ୍ରକାଶ ପାଇବ ।  ଏଥର ୩ ଲକ୍ଷ ୭୨ ହଜାର ପିଲା ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି।  ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଦିନ ୧୦ ବେଳେ ସଚ୍ଚିବାଳୟରେ ପରୀକ୍ଷା ଫଳ ଘୋଷଣା କରିବେ।

ଏହାପରେ ଭୁବନେଶ୍ଵର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ ଅଫିସ ସମେତ  ଅନ୍ୟ ୩ଟି ଜୋନାଲ ଅଫିସରେ ପରୀକ୍ଷା ଫଳ ପୁସ୍ତିକା ଉପଲବ୍ଧ ହେବ। ଏହା ଛଡା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟwww.chseodisha.nic.inରେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ।

ଓଡିଶା ଡଟ କମ

Exit mobile version