Site icon Odisha.com

ରାଜ୍ୟ ବିଜେପିକୁ ପ୍ରସାଦ ହରିଚନ୍ଦନଙ୍କ କଡା ସମାଲୋଚନା

ଓଡିଶା ଓଡିଶା ଡଟ୍ କମ୍ ସଂବାଦଦାତା

ଭୁବନେଶ୍ଵର, ମଇ ୨୭(ଓଡିଶା ଡଟ୍ କମ୍): ବିଜେପିର ବର୍ଷପୂର୍ତ୍ତି ଅବସରରେ ପ୍ରସାଦ ହରିଚନ୍ଦନ ମୋଦୀ ସରାକରଙ୍କୁ କଡା ସମାଲୋଚନା କରି ଓଡିଶାକୁ କେନ୍ଦ୍ର ଅବେହେଳା କରୁଥିବାର ଦୋଷାରୋପ କରିଛନ୍ତି ।

ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୋଦୀ ସରକାର ସବୁଖେତ୍ରରେ ବିଫଳ ହୋଇଥିବା କହିଛିନ୍ତି । ମୋଦୀ ସରକାରଙ୍କ ତୁଳନାରେ ଉପା ସରକାର ଓଡିଶାର ଅଧିକ ହିତାଧିକାରୀ ଥିଲା।

ଉପା ସରକାରଙ୍କ ପାଇଁ ଓଡିଶାରେ ଆଇଆଇଟି, ରାଉରକେଲାରେ ଷ୍ଟିଲ ପ୍ଳାଣ୍ଟର ଆଧୁନିକରଣ ଓ ତୈଳବିଶୋଧାନାଗାର ଭଳି ନୂତନ ଯୋଜନାମାନ ଗଢି ଉଠିଥିଲା। ହେଲେ ମୋଦିସରକାର ଓଡିଶାରେ ହେବାକୁ ଥିବା ପ୍ରକଳ୍ପକୁ ମଧ୍ୟ ବନ୍ଦ କରିଦେଉଛନ୍ତି ।

ପୂର୍ବତଟ ରେଳ ଜୋନ୍ରୁ ୱାଲଟିୟର ଡିଭିଜନ କୁ କାଢିନେବା, ସୁନାବେଡାରୁ “ହାଲ” କୁ ଉଠାଇନେବା, ଇଏସଆଇ ହସ୍ପିଟାଲକୁ ଓଡିଶାରେ ନକରିବା, ଆଦି କେନ୍ଦ୍ର ସରକାରଙ୍କର କ’ଣ ଓଡିଶା ପ୍ରତି ଅବେହେଳା ନୁହେଁ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି।

ମୋଦୀଙ୍କର ସବୁ ଯୋଜନା, ଦୁର୍ନୀତ ଓ ଅପରାଧ ମୁକ୍ତ ଶାସନ, ଓ ଅଛେ ଦିନ ଭଳି କାର୍ଯ୍ୟ ସବୁ ପ୍ରହସନ ଅଟେ ବୋଲି ପ୍ରସାଦ ହରିଚନ୍ଦନ କହିବା ସହ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଥିବା ବାଇଶ ଜଣ ମନ୍ତ୍ରୀ ସଙ୍ଗୀନ ଅପରାଧୀ ବୋଲି ମଧ୍ୟ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version