Site icon Odisha.com

କଂଗ୍ରେସ ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୩୦ (ଓଡିଶା ଡଟ କମ) ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଗିରିଧର ଗମାଙ୍ଗ ଶନିବାର କଂଗ୍ରେସ ପାର୍ଟି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ।

“ପାର୍ଟିରେ ଉପଯୁକ୍ତ ସମ୍ମାନ ନ ମିଳିବା ତଥା ବାରମ୍ବାର ଅପମାନିତ ହେବା ଯୋଗୁଁ ମୁ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି” ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀ ରେ ସେ ପ୍ରକାଶ କରିଛନ୍ତି ।

ଅନ୍ୟ କୌଣସି ରାଜନୈତିକ ଦଳରେ ସେ ଯୋଗ ଦେଉଛନ୍ତି କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଯଦି କେହି ତାଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରେ ତା ହେଲେ ସେ ବିଚାର କରିବେ ।

୭୨ ବର୍ଷ ବୟସ୍କ ଗମାଙ୍ଗ ଫେବୃୟାରୀ ୧୭ ୧୯୯୯ ରୁ ଡିସେମ୍ବର ୬ ୧୯୯୯ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହ ଅତୀତ ରେ ନଅ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ।

ନିକଟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ସହ ନୂଆଦିଲ୍ଲୀ ରେ ସାକ୍ଷାତ ଆଲୋଚନା କରିଥିବାରୁ ଗମାଙ୍ଗ ବିଜେପି ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚା ହେଉଛି ।

ଓଡିଶା ଡଟ କମ

Exit mobile version