Site icon Odisha.com

ବିଚାରପତିଙ୍କ ଘର ଲୁଟ ଘଟଣାରେ ଜଣେ ଅଟକ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,ମଇ ୩୧(ଓଡିଶା ଡଟ୍ କମ୍): ଶନିବାର ପ୍ରାତଃ ସମୟରେ ପୂର୍ବତନ ଜଜ ପି.କେ ମହାନ୍ତିଙ୍କର କଟକର ସିଡ଼ିଏରେ ଥିବା ବାସଗୃହରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିକୁ ଅଟକ ରଖି ପଚରା ଉଚରା କରୁଥିବା ରବିବାର କହିଛି ।

ପ୍ରାୟ ୩ ଟାରୁ ୪:୩୦ ମଧ୍ୟରେ ହୋଇଥିବା ଏହି ଘଟଣାରେ ଶ୍ରୀ ମହାନ୍ତିଙ୍କ ଘରର ମେନ୍ ଫାଟକ ଭାଙ୍ଗି କିଛି ଦୁର୍ବୁତ୍ତ ତାଙ୍କ ଶୋଇବା ଘରେ ପଶିଯାଇଥିଲେ । ମହାନ୍ତି ଓ ତାଙ୍କ ସ୍ତ୍ରୀଙ୍କ ପାଟିକୁ ସେମାନେ କପଡାରେ ବାନ୍ଧିବା ସହ ଦଉଡିରେ ଉଭୟଙ୍କ ହାତକୁ ଖଟରେ ବାନ୍ଧି ଦେଇଥିଲେ ।

ତା’ପରେ ସେମାନେ ମହାନ୍ତିଙ୍କ ସ୍ତ୍ରୀଙ୍କ ଠାରୁ ଚାବି ଆଣି ଲକ୍ଷାଧିକ ଟଙ୍କା ଓ ଚାରୋଟି ସୁନା ଚୂଡି, କାନ ଫୁଲ, ସୁନା ମୁଦି, ଓ ପାଞ୍ଚ ଟି ସୁନା ହାର ଆଦି ଲୁଟି ସାରି ଗଲାବେଳେ ତାଙ୍କ କାର କାରର ଚାବି ନେଇ ସେଥିରେ ଫେରାର ହୋଇ ଯାଇଥିଲେ ।

ଶନିବାର ପୁଲିସ ଉକ୍ତ ଗାଡିକୁ ଭୁବନେଶ୍ଵରର ରସୁଲଗଡ ନିକଟରେ ପାଇ ଉଦ୍ଧାର କରିଥିଲେ । ଶ୍ରୀ ମହାନ୍ତି ହେଉଛନ୍ତି ଓଡିଶା ହାଇ କୋର୍ଟର ଜଣେ ପୂର୍ବତନ ବିଚାରପତି । ସେ ପିପିଲି ଗଣ ଦୁଷ୍କର୍ମ ଘଟଣା ଓ କଳିଙ୍ଗ ନଗର ହାତ ପାପୁଲି ଘଟଣାର ତଦନ୍ତ କରୁଛନ୍ତି ।

ସେ ବିଚାରପତି ଥିବା ସମୟରେ ଦେଇଥିବା ଫଇସଲା ସହ ଏହି ଡକାୟତି ଘଟନାର  କୌଣସି ସମ୍ପର୍କ ଅଛିକି ନାହିଁ  ତାହା ମଧ୍ୟ ପୁଲିସ ତଦନ୍ତ ବେଳେ ଅନୁଧ୍ୟାନ କରୁଥିବା ଜଣେ ପୋଲିସ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version