Site icon Odisha.com

ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୨୬ କୁ ବୃଦ୍ଧି

ଓଡିଶା ଡଟ୍ କମ୍ ସଂବାଦଦାତା

ଭୁବନେଶ୍ଵର,ମଇ ୩୦ (ଓଡିଶା ଡଟ୍ କମ୍) ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୨୬ କୁ ବୃଦ୍ଧି ପାଇଥିବା ସ୍ଵତନ୍ତ୍ର ରିଲିଫ କମିଶନର ଅଫିସ ସୋମବାର କହିଛି ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସାତ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ଏହି ସଂଖ୍ୟା ପାଞ୍ଚ, ବରଗଡ ଜିଲ୍ଲାରେ ତିନି ଏବଂ ରାୟଗଡା ଓ କଟକ ଜିଲ୍ଲାରେ ଦୁଇ ରେ ପହଞ୍ଚିଛି । ସେହିପର ପୁରୀ, ନୂଆପଡା, ଢେଙ୍କାନାଳ,ବଲାଙ୍ଗିର,ବାଲେଶ୍ଵର, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଲେଖାଏଁ ଅଂଶୁଘାତ ଜନିତ ମୃତ୍ୟୁର ସମ୍ମୁଖୀନ ହୋଇଥିବା ଏହି ଅଫିସ କହିଛି ।

ଅଂଶୁଘାତ ଜନିତ ମୃତ୍ୟୁବରଣ କରିଥିବା ଅନ୍ୟ ବ୍ୟକ୍ତିମାନେ ହେଲେ ଗଞ୍ଜାମର ଦୁର୍ଲଭ ନାୟକ, ଗୁରୁବାରିଆ ମହାରଣା, ମଦନ ନାୟକ, ହେମ ସେନାପତି, ସୁଲତା ବେହେରା, କାଶୀନାଥ ବେହେରା ଓ ହୀନା ପ୍ରଧାନ ।

ସେହିପରି କେନ୍ଦ୍ରାପଡାର ରମେଶ ଚନ୍ଦ୍ର ରାଉତ, ଅଞ୍ଜୁମ ଜହାଁ ଅଖତରୀ, ମହନି ଚନ୍ଦ୍ର ସାମଲ, ଶ୍ରୀଧର ପଣ୍ଡା, ଓ ଗୁନୁ ପ୍ରଧାନ ଏବଂ ବରଗଡର ବିରେନ କୁମ୍ଭାର, ବାସନ୍ତି ଭୁଏ ଓ ରଜନୀ ବରିହା ଏବଂ ରାୟଗଡାର ପ୍ରମୋଦ କୁମାର ସାମଲ ଓ ମଗା ବିଦିକା ଏବଂ କଟକର ଭ୍ରମରବର ମଲ୍ଲିକ ଓ ଅଦାଲତ ରାଉତ ମୃତ୍ୟୁ ବରଣ କରିଛନ୍ତି ।

ପୁରୀ ଜିଲ୍ଲାର ପ୍ରଫୁଲ୍ଲ କୁମାର ଜେନା, ନୂଆପଡାର କମଳାସିଂହ ସବର, ଢେଙ୍କାନାଳର ଗୌରା ନାୟକ, ବଲାଙ୍ଗିରର ଲକ୍ଷ୍ମଣ ସା, ବାଲେଶ୍ଵରର ମହେଶ୍ଵର ମହାନ୍ତି, ଅନୁଗୁଳର ଶ୍ରୀନିବାସ ଗୋଛାୟତ ଏବଂ ଖୋର୍ଦ୍ଧାର ଗନ୍ତାୟତ ପ୍ରଧାନ ମଧ୍ୟ ମୃତ୍ୟୁ ବରଣ କରିଥିବା ଏହି ଅଫିସ କହିଛି ।

ଓଡିଶା ଡଟ୍ କମ୍

Exit mobile version