Site icon Odisha.com

ବିଶ୍ଵ ପରିବେଶ ଦିବସରେ ପୁରୀରେ ସୁଦର୍ଶନଙ୍କ ବାଲୁକା କଳା

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୫ (ଓଡିଶା ଡଟ କମ) ଶୁକ୍ରବାର ବିଶ୍ଵ ପରିବେଶ ଦିବସ ଅବସରରେ ସଚେତନତା ସୃଷ୍ଟି ପାଇଁ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳା ଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଲୁକା ମୂର୍ତ୍ତି ସହ ବିଶ୍ଵର ତିନିଜଣ ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ଵଙ୍କ ଚିତ୍ର ବାଲିରେ ତିଆରି କରିଛନ୍ତି ।

ସୁଦର୍ଶନ ଅନ୍ୟ ଯେଉଁ ପ୍ରସିଦ୍ଧ ବ୍ୟକ୍ତିତ୍ଵଙ୍କ ଚିତ୍ର ନିର୍ମାଣ କରିଛନ୍ତି ସେମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ଚୀନ ରାଷ୍ଟ୍ରପତି ରହିଛନ୍ତି ।

ଏହି ମହାନ ନେତା ମାନେ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେଉଥିବାରୁ ସେମାନଙ୍କର ବାଲୁକା ମୂର୍ତ୍ତି ତିଆରି କରିଥିବା ସେ କହିଛନ୍ତି।

ମୋର ଏହି ବାଲୁକା କଳା ଲୋକଙ୍କୁ ଗଛ ଲଗାଇବାରେ ଓ ପରିବେଶ ସୁରକ୍ଷା ପାଇଁ ପ୍ରେରିତ କରିବ ବୋଲି ଆଶା, ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version