Site icon Odisha.com

ଓଡିଶାର ମନୋଜ ପରିଡା ପଣ୍ଡିଚେରୀର ମୁଖ୍ୟ ଶାସନ ସଚିବ

ଓଡିଶା ଡଟ କମ ସଂବାଦ ଦାତା

ପଣ୍ଡିଚେରୀ, ମଇ ୭ (ଓଡିଶା ଡଟ କମ )୧୯୮୬ ବ୍ୟାଚର ଓଡିଆ ଆଇଏଏସ ଅଫିସର ମନୋଜ କୁମାର ପରିଡା ପଣ୍ଡିଚେରୀ ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିବା ପରିଡା ହେଉଛନ୍ତି ଅରୁଣାଚଳ ପ୍ରଦେଶ -ଗୋଆ-ମିଜୋରାମ ଓ କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଡରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।

ପଣ୍ଡିଚେରୀରେ ବହୁସଂଖ୍ୟାରେ ଓଡିଆ ରହିଥିବାରୁ ତଥା ଓଡ଼ିଶା ସହ ପଣ୍ଡିଚେରୀର ବହୁ ପୁରୁଣା ସମ୍ପର୍କ ରହିଥିବାରୁ ପରିଡାଙ୍କ ନିଯୁକ୍ତି ସେଠାରେ ରହୁଥିବା ଓଡିଆ ବାସିନ୍ଦାଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି କରିଛି ।

କେନ୍ଦ୍ର ଶାସିତ ପଣ୍ଡିଚେରୀର ସମସ୍ୟା ସମ୍ପର୍କରେ ସେ ଅନୁଧ୍ୟାନ କରିବେ ଓ ତାର ସମାଧାନ ପାଇଁ ସବୁବେଳେ ଚେଷ୍ଟା କରିବେ ବୋଲି ଦାୟିତ୍ଵ ଗ୍ରହଣ କରିବା ପରେ ସେ କହିଛନ୍ତି ।

ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ସେ ମାନାକୁଲା ବିନୟଗାର ମନ୍ଦିର ରେ ଠାକୁରଙ୍କୁ ଦର୍ଶନ କରିଥିଲେ ଓ ପରେ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସମୀଙ୍କୁ ତାଙ୍କ ଅଫିସରେ ସାକ୍ଷାତ କରିଥିଲେ ।

ଓଡ଼ିଶା ଡଟ କମ

Exit mobile version