Site icon Odisha.com

ରାଜ୍ୟରେ ମ୍ୟାଗି ବିକ୍ରି ନିଷିଦ୍ଧ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ) ସରକାର ରାଜ୍ୟରେ ମ୍ୟାଗି ଏବଂ ଏହାର ସମସ୍ତ ପ୍ରକାର ନୁଡୁଲ୍ସ ବିକ୍ରିକୁ ଅନିର୍ଦିଷ୍ଟ କାଳ ପାଇଁ ନିଷିଦ୍ଧ କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୋମବାର ଘୋଷଣା କରିଛନ୍ତି ।

ଦେଶବ୍ୟାପୀ ମ୍ୟାଗିର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିବା ପରେ ରାଜ୍ୟ ସରକାର ବିଭିନ୍ନ ସ୍ଥାନରୁ ମ୍ୟାଗି ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପୁନେ ପଠାଇଥିଲେ ।

ଆସିଥିବା ନମୁନା ପରୀକ୍ଷା ରିପୋର୍ଟରେ ଏହି ଫାଷ୍ଟଫୁଡରେ ମୋନୋସୋଡିୟମ ଗ୍ଲୁଟାମେଡ୍ ମିଳିଥିବାରୁ ସରକାର ରାଜ୍ୟ ବ୍ୟାପୀ ଏହାର ବିକ୍ରି ନିଷିଦ୍ଧ କରିଥିବା ସେ କହିଛନ୍ତି।  ମୋନୋସୋଡିୟମ ଗ୍ଲୁଟାମେଡ୍ ହେଉଛି ଏକ ପ୍ରକାର ଲବଣ ।

ମାତ୍ରାଧିକ ପରିମାଣର ଏହି ଲବଣ ଖାଇବା ଦ୍ଵାରା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡି ଥାଏ । ବହୁରାଷ୍ଟ୍ରୀୟ କମ୍ପାନୀ ନେସଲେ ଦ୍ଵାରା ତିଆରି ହେଉଥିବା ‘ମ୍ୟାଗି’ରେ ଏହି ଲବଣର ପରିମାଣ ମାତ୍ରାଧିକ ମିଳିବା ପରେ ଦେଶର ବିଭିନ୍ନ ସ୍ଥାନରେ ମ୍ୟାଗି ବିକ୍ରିକୁ ନିଷିଦ୍ଧ କରାଯାଇଛି ।

ଓଡିଶା ଡଟ କମ

Exit mobile version