Site icon Odisha.com

ସ୍ଵାଭାବିକ ସମୟରେ ରାଜ୍ୟକୁ ପ୍ରବେଶ କରିବ ମୌସୁମୀ ବାୟୁ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୯ (ଓଡିଶା ଡଟ କମ) ଗତ ଶୁକ୍ରବାର କେରଳ ପ୍ରବେଶ କରିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସ୍ଵାଭାବିକ ସମୟରେ ପ୍ରବେଶ କରିବାର ସମ୍ଭାବନା ରହିଥିବା ସ୍ଥାନୀୟ ପାଣିପାଗ ଅଫିସ ମଙ୍ଗଳବାର କହିଛି ।

ଭୁବନେଶ୍ଵର ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଶରତ କୁମାର ସାହୁଙ୍କ ସୂଚନା ଅନୁସାରେ ରାଜ୍ୟରେ ମୌସୁମୀ ବାୟୁ ସାଧାରଣତଃ ଜୁନ ୧୦ ରୁ ୧୫ ମଧ୍ୟରେ ପ୍ରବେଶ କରିଥାଏ ।

ଚଳିତ ବର୍ଷ ମଧ୍ୟ ଏହା ସେହି ସମୟ ମଧ୍ୟରେ ରାଜ୍ୟରେ ପ୍ରବେଶ କରିବାର ସମ୍ଭାବନା ରହିଥିବା ସେ ଓଡିଶା ଡଟ କମକୁ କହିଛନ୍ତି। ଜୁନ ୧୪ କିମ୍ବା ୧୫ରେ ରାଜ୍ୟକୁ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପରିବେଶ ଅନୁକୂଳ ଥିବା ସେ ପ୍ରକାଶ କରିଛନ୍ତି ।

ଯଦିଓ ଆଗାମୀ ଦୁଇ ତିନିଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ପଶ୍ଚିମ ଓ ଉତ୍ତର ଓଡିଶାର କେତେକ ସ୍ଥାନ ଏହା ପ୍ରାୟ ଚାଳିଶ ଡିଗ୍ରୀ କିମ୍ବା ଏହାର ପାଖାପାଖି ରହିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version