Site icon Odisha.com

ପର୍ଶୁରାମ ଶତପଥୀ ହତ୍ୟା ମାମଲାରେ ଜଣକର ଆତ୍ମସମର୍ପଣ

ଓଡିଶା ଡଟ କମ ସଂବାଦ ଦାତା

ବଲାଙ୍ଗିର , ଜୁନ ୧୧ (ଓଡିଶା ଡଟ୍ କମ୍) ୪୧ ବର୍ଷ ପୂର୍ବେ ବଲାଙ୍ଗିର ଜିଲ୍ଲାରେ ଘଟିଥିବା ବହୁ ଚର୍ଚିତ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ତିନିଜଣଙ୍କ ମଧ୍ୟରୁ ଜଣେ ଗିରଫ ଓ ଅନ୍ୟ ଜଣେ ଫେରାର ଥିବା ବେଳେ, ତୃତୀୟ ବ୍ୟକ୍ତି ବୁଧବାର ଏକ ସ୍ଥାନୀୟ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

ବଲାଙ୍ଗିର ଦୌରାଜଜଙ୍କ ଅଦାଲତରେ ଆତ୍ମ ସମର୍ପଣ କରିଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ଆର୍ତ୍ତତ୍ରାଣ ସିଂଦେଓ । ଆତ୍ମସମର୍ପଣ ପରେ ତାଙ୍କୁ ପୋଲିସ ତାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଥିବା ଜିଲ୍ଲା ର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗୁରୁବାର କହିଛନ୍ତି ।

ସୂଚନା ଯୋଗ୍ୟ ଯେ ପରଶୁରାମ ଶତପଥି ନାମକ ଭାରତୀୟ ଲୋକ ଦଳ ପାର୍ଟିର ସହରର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ୨୯ ନଭେମ୍ବର ୧୯୭୪ ମସିହାରେ କେତେକ ଲୋକ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ପୂର୍ବରୁ ସ୍ଥାନୀୟ କୋର୍ଟ ଓ ପରେ ହାଇକୋର୍ଟ ପୁଲିସ ଚାର୍ଜସିଟ ଦାଖଲ କରିଥିବା ଲୋକ ମାନଙ୍କୁ ଖଲାସ କରିଦେଇଥିଲେ । ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟ ଏହାର ପୁନଃ ଶୁଣାଣି କରି ନଅ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ।

ତେବେ ସଜା ପାଇଥିବା ନଅ ଜଣଙ୍କର ଏହା ମଧ୍ୟରେ ମୃତ୍ୟୁ ହୋଇସାରିଥିବା ବେଳେ, ଜୀବିତ ଥିବା ତିନି ଜଣ ହେଲେ ଧୋବେଇ ପୋଢ, ପୂର୍ବତନ ବିଧାୟକ ପ୍ରସନ୍ନ ପାଲ ଓ ଆର୍ତତ୍ରାଣ ସିଂହଦେଓ । ପୋଢଙ୍କୁ ତାଙ୍କ ଗାଁ ପୁଇଁତଳା ବ୍ଲକର କୁରେଇବାହାଲ ଗ୍ରାମରୁ ଶୁକ୍ରବାର ଗିରଫ କରାଯାଇଥିବା ବେଳେ ପ୍ରସନ୍ନ ପାଲଙ୍କୁ ପୁଲିସ ଗିରଫ କରିପାରିନାହିଁ ।

ଓଡିଶା ଡଟ କମ

Exit mobile version