Site icon Odisha.com

କବି ରୁନୁ ମହାନ୍ତିଙ୍କ ବହି ଉନ୍ମୋଚନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ ୧୮ (ଓଡିଶା ଡଟ କମ) ପୁରୀ ବେଲେସବର୍ ବେଳାଭୁମି ରେ କବି ରୁନୁ ମହାନ୍ତି ଓ ପ୍ରଫେସର ଆଦିକନ୍ଦ ସାହୁଂକ ଦୁଇଟି ବହି ନିକଟରେ ଉନ୍ମୋଚିତ ହୋଇଛି ।

ପ୍ରାକୃତିକ ପରିବେଶରେ ଅୟୋଜିତ ଏହି ଉତ୍ସବ ରେ ବିଶିଷ୍ଟ ଆଲୋଚକ ନିତ୍ୟାନନ୍ଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ୍ କରିଥିଲେ ।

କବି ଶଂକର ପରିଡାଂକ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭା ରେ ପ୍ରକାଶ ମହାପାତ୍ର, ସରୋଜ ବଳ, ବନୋଜ ତ୍ରିପାଠୀ, ପବିତ୍ର ଦାଶ୍, କେଦାର ମିଶ୍ର, ଚିନ୍ମୟ ବିବେକ,ଶ୍ୟାମ ପ୍ରକାଶ ସେନାପତି, ଗଜାନନ ମିଶ୍ର ପ୍ରମୁଖ ରାଜ୍ୟର ବିଶିଷ୍ଟ ଲେଖକ ମାନେ ଯୋଗ ଦେଇ ଥିଲେ ।

ରୁନୁ ମହାଂତିଙ୍କ ପ୍ରେମ କାହାଣୀକୁ ନେଇ ରଚିତ ପୁସ୍ତକ ” ସହଯାତ୍ରିନୀ” ରେ ତାଂକ ନିଜସ୍ଵ ଜୀବନ ଅନୁଭବ ବର୍ଣିତ ହୋଇଚି ।

ସେହିପରି ଆଦିକନ୍ଦ ସାହୁଂକ ପୁସ୍ତକ “ଆଧୁନିକ କବିତା” ରେ ନୂଆ କବିତା ର ଆଲୋଚନା ହୋଇଛି ।

ବିଶେଷ କରି ରୁନୁ ମହାନ୍ତି ନିଜ ଖୋଲା କଥା କହିବାର ସାହସ ଯୋଗୁଁ ବେଶ ଚର୍ଚିତ । ତାଂକ ବହି ରେ ନିଜ ଜୀବନ ଓ ପ୍ରେମ କୁ ନେଇ ଅନେକ କଥା ଅଛି ଯାହା କୁ କହିବା ଲାଗି ପ୍ରଚୁର ସାହସ ଲୋଡା । ଜୀବନ ର ସତ୍ୟ କୁ ଆଧାର କରି ଖୁବ୍ କମ ଲେଖା ଆମେ ସାହିତ୍ୟରେ ପାଇଥାଉ ।

ଓଡିଶା ଡଟ କମ

Exit mobile version