Site icon Odisha.com

ଇନ୍ଦିରା ଗାନ୍ଧି ପାର୍କ ଠାରେ “ବାଳ କ୍ରିଡାସ୍ଥଳ” ଉଦ୍ଘାଟିତ

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା , ୨୦ ଜୁନ(ଓଡିଶା ଡ଼ଟ୍ କମ୍): ଦୀପିକା ମହିଳା ସଙ୍ଘତିର ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜରୀ ପ୍ରସାଦ ଇନ୍ଦିରା ଗାନ୍ଧି ପାର୍କ ଠାରେ “ବାଳ କ୍ରିଡାସ୍ଥଳ” ର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ସଙ୍ଘତି ଦ୍ଵାରା ବିଭିନ୍ନ ଖେଳ ଉପକରଣ ଇନ୍ଦିରା ଗାନ୍ଧି ପାର୍କରେ ସ୍ଥାପିତ କରାଯିଛି।

ଏଠାରେ ସୂଚନାଯୋଗ୍ୟ ଯେ, ସ୍ଥାପିତ ନୂତନ ଖେଳ ଉପକରଣ ଗୁଡିକ ୪ ରୁ ୧୪ ବର୍ଷ ବୟସ ବର୍ଗର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ ଓ ଏହି କ୍ରିଡା ସାମଗ୍ରୀ ଗୁଡିକ ପିଲାମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି ସଙ୍ଘତି ଆଶା ପ୍ରକଟ କରିଛି।

ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ଖେଳ ଉପକରଣ ଗୁଡିକରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଟାଉନ ଇଞ୍ଜିନିୟରିଂ ସିଭିଲ ବିଭାଗ ଉକ୍ତ ଅଞ୍ଚଳରେ ଡିଜାଇନ ଗ୍ରୀଲ ଲଗାଇବା ସହିତ ଦୁଇଟି ଗେଟ ଏବଂ ବସିବା ପାଇଁ ବ୍ୟବସ୍ଥା ଗ୍ରହଣ ପୂର୍ବକ ତାଙ୍କର ସହଯୋଗ ଦେଇଛନ୍ତି ।

ନୂତନ ଖେଳ ଉପକରଣ ମଧ୍ୟରେ ସାମିଲ ରହିଛି ଲୁପ ରଙ୍ଗ, ରୋଲର ସ୍ଲାଇଡ, ଷ୍ଟାଣ୍ଡାର୍ଡ ସି-ସି, ଏମଜିଆର ପ୍ଲାଟଫର୍ମ, ସର୍କୁଲାର ସ୍ଵିଙ୍ଗ, କ୍ରିଷ୍ଟାଲ ମେଜ ଏବଂ ଡବଲ ଆର୍କ ସ୍ଵିଙ୍ଗ ଆଦି ରହିଥିବା ସଙ୍ଘତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ଉଦ୍ଘାଟନୀ ଉତ୍ସବରେ ଆରଏସପି ର ସିଇଓ ଶ୍ରୀ ଜି ଏସ ପ୍ରସାଦ, ଏମଏମ ବିଭାଗର ଇଡ଼ି ଶ୍ରୀ ଉମେଶ କୁମାର, ପ୍ରକଳ୍ପ ବିଭାଗର ଇଡ଼ି ଶ୍ରୀ ଏମ କେ ଦାସ ଏବଂ ଶ୍ରୀ ଏସ କେ ଆଚାର୍ଯ୍ୟ, କାର୍ଯ୍ୟ ବିଭାଗର ଇଡ଼ି ଶ୍ରୀ ଅଶ୍ଵିନୀ କୁମାର, ଅର୍ଥ ବିଭାଗର ଜି ଏମ ଶ୍ରୀ ସୀତାରାମ ପ୍ରଧାନ, କାର୍ମିକ ଓ ପ୍ରଶାସନ ବିଭାଗର ଜିଏମ ଇନ ଚାର୍ଜ ଶ୍ରୀ ପି କେ ପ୍ରଧାନ, ସହର ସେବା ବିଭାଗର ଜିଏମ ଶ୍ରୀ ରେହମାନ ଖାନ, ସଙ୍ଘତିର ଉପାଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ଦାସ, ଶ୍ରୀମଟି ଜ୍ୟୋତ୍ସ୍ନା ଆଚାର୍ଯ୍ୟ, ଶ୍ରୀମତୀ ସବିତା କୁମାର ତଥା କାରଖାନାର ଅନ୍ୟ ବହୁ ବରିଷ୍ଠ ଅଧିକାରୀ ଓ ସଙ୍ଘତିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଓଡିଶା ଡ଼ଟ୍ କମ୍

Exit mobile version