Site icon Odisha.com

ମହିଳାଙ୍କ ବିରୋଧରେ ଅତ୍ୟାଚାରର ତଦନ୍ତ ତ୍ୱରାନ୍ୱିତ ପାଇଁ ସ୍ଵତନ୍ତ୍ର ୟୁନିଟ

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ୨୦ ଜୁନ(ଓଡିଶା ଡ଼ଟ୍ କମ୍): ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ଅତ୍ୟାଚାର ଯଥା ଧର୍ଷଣ, ଯୌତୁକ ହତ୍ୟା, ଏସିଡ ଆକ୍ରମଣ ଏବଂ ଅବୈଧ ଚାଲାଣ ଆଦି ଜଘନ୍ୟ ଅପରାଧର ତଦନ୍ତ ତ୍ୱରାନ୍ୱିତ କରିବା ଏବଂ ଆଇନଗତ କାର୍ଯ୍ୟ।ନୁଷ୍ଠାନର ତଦାରଖ କରିବା ପାଇଁ ପୋଲିସ ଜିଲ୍ଲାମାନଙ୍କରେ ସ୍ଵତନ୍ତ୍ର ୟୁନିଟ ଖୋଲାଯିବ ।

ଇନଭେଷ୍ଟିଗେଟିଙ୍ଗ ୟୁନିଟ୍ସ ଫର କ୍ରାଇମ୍ସ ଏଗେନଷ୍ଟ ୱୂମେନ (ଆଇୟୁସିଏଡବ୍ଲ୍ୟୁ) ନାମରେ ନାମିତ ଏହି ସ୍ଵତନ୍ତ୍ର ସଂସ୍ଥା ପାଇଁ ୧୦୫ ଜଣ ପୋଲିସ ଅଧିକାରୀ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ଏହି ୟୁନିଟ ଗୁଡିକ ଭୁବନେଶ୍ଵର, ବାଲେଶ୍ଵର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ମୟୂରଭଞ୍ଜ ଓ ଅନୁଗୋଳରେ କାର୍ଯ୍ୟକରିବ। ଏଥିରେ ପ୍ରତି ୟୁନିଟରେ ଜଣେ ଅତିରିକ୍ତ ପୋଲିସ ଅଧୀକ୍ଷକ, ଦୁଇ ଜଣ ଉପଆରକ୍ଷୀ ଅଧିକ୍ଷକ, ଚାରି ଜଣ ଆରକ୍ଷୀ ନୀରିକ୍ଷକ, ଚାରି ଜଣ ଉପଆରକ୍ଷୀ ନୀରିକ୍ଷକ ଏବଂ ଚାରି ଜଣ କନେଷ୍ଟବଳ ରହିବେ ।

ଏହି ପଦବୀଗୁଡିକ ମଧ୍ୟରୁ ଏକ ତୃତୀୟାଂଶ ମହିଳାମାନଙ୍କ ପାଇଁ ସରଂକ୍ଷିତ ରହିବ ।

ଏହି ୟୁନିଟ ଗୁଡିକ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧର ତଦନ୍ତ କରିବା ସହିତ ଏହାକୁ ରୋକିବା ପାଇଁ ଆଗକୁ ପଦକ୍ଷେପ ନେବା, ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା, ସଂଗଠିତ ଅପରାଧକୁ ରୋକିବା, ଆଇନଗତ ବ୍ୟବସ୍ଥାର କାର୍ଯ୍ୟକାରୀତାର ତଦାରଖ କରିବା ସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟକରିବ ।

ଓଡିଶା ଡ଼ଟ୍ କମ୍

Exit mobile version