Site icon Odisha.com

ଆମ୍ରି ହସ୍ପିଟାଲ୍ ଦ୍ଵାରା ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ୍

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ୧ ଜୁଲାଇ (ଓଡିଶା ଡଟ୍ କମ୍): ଭୁବନେଶ୍ଵରରେ ସ୍ଥିତ ଆମ୍ରି ହସ୍ପିଟାଲ୍ ଚାଳିଶ ରୁ ଊର୍ଦ୍ଧ୍ଵ ଅଗ୍ନିଶମ କର୍ମଚାରୀଙ୍କୁ ମୌଳିକ ଜୀବନ ସହାୟତା ଓ ପ୍ରାଥମିକ ଚିକିତ୍ସା ତାଲିମ୍ ପ୍ରଦାନ କରିଛି ।

ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ତଥା ଅଗ୍ନିଶମ ସେବା ମୁଖ୍ୟ ଶ୍ରୀ ଏମ୍. ନାଗେଶ୍ୱର ରାଓଙ୍କ ଦ୍ଵାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ କର୍ମଚାରୀମାନଙ୍କୁ ପ୍ରାଥମିକ ଚିକିତ୍ସା ଏବଂ କାର୍ଡିଓପୁଲମୋନାରୀ ରିସସପିଟେସନ, ବିପର୍ଯ୍ୟୟ ସମୟରେ ବା ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କୌଶଳ ସମ୍ବନ୍ଧରେ ଶିକ୍ଷା ଦିଆଯାଇଥିଲା ।

ଏହାକୁ ଆମ୍ରି ହସ୍ପିଟାଲ୍, ଭୁବନେଶ୍ୱରର ଡାକ୍ତରମାନେ ପରିଚାଳନା କରିଥିଲେ ।

ଏହି ଅବସରରେ ଶ୍ରୀ ରାଓ କହିଥିଲେ ଯେ ଏଭଳି ଉପାଦେୟ କାର୍ଯ୍ୟକ୍ରମ ପାଇଁ ଆମ୍ରି ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପଟି ସତରେ ଅତି ଚମତ୍କାର । ମାନବ ଜୀବନ ହେଉଛି ମୂଲ୍ୟବାନ ।  ଡାକ୍ତରଙ୍କ ପରି ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ଲୋକମାନଙ୍କର ଜୀବନ ସୁରକ୍ଷା ପ୍ରତି ଦାୟୀତ୍ୱବାନ୍ ହୋଇଥାନ୍ତି ।

ଏହି କାର୍ଯ୍ୟକ୍ରମରୁ ଆହରଣ କରାଯାଇଥିବା ଜ୍ଞାନକୌଶଳକୁ ସେମାନେ ନିଜ ବନ୍ଧୁମାନଙ୍କ ମଧ୍ୟରେ ବାଣ୍ଟିପାରିବେ । ଏହା ହେଉଛି କେବଳ ଆରମ୍ଭ ମାତ୍ର । ଆମ୍ରି ହସ୍ପିଟାଲ୍ ସହିତ ଆମର ସହଭାଗୀତ ଜରିରହିବା ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିରୂପେ ଯୋଗଦାନ କରି ଶ୍ରୀ ଅବସର ପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ଏସ.ଏନ.ତିୱାରୀ କହିଥିଲେ ଯେ ଆମ୍ରି ହସ୍ପିଟାଲ୍ ଦ୍ୱାରା ଗ୍ରହଣ କରାଯାଇଥିବା ଏ ପ୍ରକାର ଉଦ୍ୟମ ପ୍ରଶଂସନୀୟ ।

ଆଡମିରାଲ ତଥା ହସପିଟାଲର ଉପାଧ୍ୟକ୍ଷ ଡାକ୍ତର ସଲିଲ୍ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ସେ ହସ୍ପିଟାଲର ସମାଜ ପାଇଁ ରହିଥିବା ଉତ୍ତର ଦାୟିତ୍ଵ ତଥା ସ୍ୱାସ୍ଥ୍ୟ ସେବା ସମ୍ବନ୍ଧରେ ସୂଚନା ପ୍ରଦାନ କରି ହସ୍ପିଟାଲ୍ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ପୂର୍ବ ଭାରତରେ ମଲ୍ଟି ସ୍ପେସିଆଲିଟି ହେଲ୍ଥ କେୟାର ସୁବିଧା ପ୍ରଦାନ କରୁଥିବା ଆମ୍ରି ହସ୍ପିଟାଲ୍ସରେ ରହିଛି ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଯଥା ଅଙ୍କୋଲୋଜି, ନୁ୍ୟରୋସାଇନ୍ସେସ୍, କାର୍ଡିଆକ୍ ସାଇନ୍ସେସ୍,  ଅର୍ଥୋପେଡିକ୍ସ, ଏମ୍ରଜେନ୍ସି ଏବଂ ଟ୍ରାଉମା କେୟାର, ଗାଏନୋକୋଲୋଜି ଓ ଚାଇଲ୍ଡ କେୟାର ପରି ସୁବିଧା ।

ସୂଚନା ଯୋଗ୍ୟ ଯେ  ଅତ୍ୟାଧୁନିକ ଓ ଉନ୍ନତ ଉପକରଣ ସାଙ୍ଗକୁ ଆଧୁନିକ ମାନର ସେବା ବ୍ୟବସ୍ଥା ଦ୍ୱାରା ଆମ୍ରି ପୂର୍ବ ଭାରତର ଲୋକମାନଙ୍କୁ  ଉଚ୍ଚମାନର ଚିକିତ୍ସା ସେବା ଯୋଗାଇ ଆସୁଛି ।

ଆମ୍ରି ହସ୍ପିଟାଲ୍ ହେଉଛି ଇମାମି ଗ୍ରୁପ୍ ଅଫ୍ କମ୍ପାନିର ଏକ ଅଂଶ ।

ଓଡିଶା ଡଟ୍ କମ୍

Exit mobile version