Site icon Odisha.com

ପୁଲିସ ପୋଷାକରେ ଦଇତାପତିଙ୍କୁ ମୁଣ୍ଡିଆ ମାରିଥିବାରୁ ଡିଜିଙ୍କୁ ଭର୍ତ୍ସନା

ଓଡିଶା ଡଟ କମ ସଂବାଦ ଦାତା
ମାଲକାନଗିରି , ଜୁଲାଇ ୨ (ଓଡିଶା ଡଟ କମ) ବନଯୋଗ ଯାତ୍ରା ସମୟରେ ଦୁଇଜଣ ଦଇତାପତିଙ୍କ ପାଦଛୁଇଁ ପ୍ରଣାମ କରିଥିବାରୁ ପୁଲିସ ଡିଜି ସଂଜୀବ ମାରିକଙ୍କୁ ମୁଖ୍ୟମନ୍ତ୍ରୀ ବୁଧବାର ଭର୍ତ୍ସନା କରିବା ସହ ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନ ହୁଏ ସେ ନେଇ ତାଗିଦ କରିଛନ୍ତି।

ବନଯୋଗ ଯାତ୍ରା ସମୟରେ ମାରିକ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସ ମହାପାତ୍ର ଓ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ଦାସ ମହାପାତ୍ରଙ୍କୁ ନତ ମସ୍ତକ ହୋଇ ପଦ ଛୁଇଁ ପ୍ରଣାମ କରୁଥିବା ଫଟୋ ଚିତ୍ର କିଛି ଖବର କାଗଜ ରେ ପ୍ରକାଶିତ ହୋଇଥିବା ବେଳେ ଏହି ଦୃଶ୍ୟ କିଛି ଟେଲିଭିଜନ ଚ୍ୟାନେଲରେ ମଧ୍ୟ ପ୍ରସାରିତ ହୋଇଥିଲା ।

ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମାରିକଙ୍କୁ ନିଜ ପ୍ରକୋଷ୍ଠକୁ ଡକାଇ କାହିଁକି ପୁଲିସ ପୋଷାକ ପିନ୍ଧି ସେ ପ୍ରଣାମ କାଲେ ବୋଲି ପ୍ରଶ୍ନ କରିଥିଲେ ।

ଓଡିଶା ଡଟ କମ

Exit mobile version