• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଓଡ଼ିଶା ସରକାରୀ ଭାଷା ଆଇନକୁ କାର୍ଯ୍ୟକାରୀ କରାଯାଉ

July 5, 2015 by News Bureau Leave a Comment

ରୁ ରାଜ୍ୟ ଆବାହକ ଶଙ୍କର ପରିଡାଙ୍କ ପୌରୋହିତ୍ୟରେ କବି ଓ ଅଧିବକ୍ତା ଗଜାନନ ମିଶ୍ର, ମଧୁମିତା ସାମଲ ଓ ସଂଜୀବ ପରିଡା ତ୍ରିମୂର୍ତ୍ତୀଙ୍କ ସହିତ ସହଶ୍ରାଧିକ ଜନତାଙ୍କ ଉପସ୍ଥିତିରେ ଆମରଣ ଅନଶନ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଓଡିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ନବକଳେବର ପରିପ୍ରେକ୍ଷୀରେ ଓଡିଆ ଭାଷାର ନବକଳେବର ପାଇଁ ବ୍ରହ୍ମ ବିଭ୍ରାଟ ବିବାଦ ଶେଷ ହୋଇ ନ ଥିବାବେଳେ ଏବେ ସରକାରୀ ସ୍ତରରେ ଶବ୍ଦବ୍ରହ୍ମ ବିଭ୍ରାଟ ଓ ବିଶୃଙ୍ଖଳାକୁ ନେଇ ଦଳମତ ବିଚାରଧାରାର ଉଦ୍ଧ୍ୱର୍ରେ ଏକ ବୃହତ୍ତର ଆନ୍ଦୋଳନ ଦାନା ବାନ୍ଧୁଛି ।

ଆଜି ମହାତ୍ମାଗାନ୍ଧୀ ମାର୍ଗର ଧାରଣା ସ୍ଥଳୀରେ ଓଡିଆ ଭାଷାକୁ ନେଇ ଦାନା ବାନ୍ଧୁଥିବା ଆନେ୍ଦାଳନ ଅନଶନ କାର୍ଯ୍ୟକ୍ରମ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ଅତିକ୍ରମ କରିଯାଇଥିଲା । ଭାଷାକୁ ନେଇ ଏକ ଭାବପ୍ରବଣ, ଭାବଗମ୍ଭୀର ଓ ଉତ୍ତେଜକ ପରିବେଶ ସୃଷ୍ଟି ହୋଇଥିଲା ।

ଭାଷା, ସାହିତ୍ୟ, ସଂସ୍କୃତି, ସାମାଜିକ ସଂଗଠନ, ରାଜନୈତିକ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ସାହିତି୍ୟକ, ସାମ୍ବାଦିକ, ଯୁବକ, ଛାତ୍ର, ଶିକ୍ଷକ, ଶ୍ରମିକ ଓ ମହିଳା ଓଡିଆ ଭାଷା ସଂଗ୍ରାମ ସମିତି ପକ୍ଷରୁ ବୁଧବାର ସକାଳ ୧୧ଟାରୁ ସରକାରୀ ନିର୍ଦ୍ଦେଶାନାମା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଅନଶନ କାର୍ଯ୍ୟ ଜାରି ରହିବ ବୋଲି ଘୋଷଣା କରାଯାଇଛି ।

ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୦ବର୍ଷ ଏବଂ ଓଡିଶା ସରକାରୀ ଭାଷା ଅଧିନିୟମ ୧୯୫୪ ଗୃହୀତ ହେବାର ୬୦ବର୍ଷ ଓ ଶାସ୍ତ୍ରୀୟ ମାନ୍ୟତାର ମହାଭାରତୀୟ ମର୍ଯ୍ୟାଦା ପ୍ରାପ୍ତିର ପ୍ରାୟ ୨ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଓଡିଆ ଭାଷା ଓଡିଶାରେ ସରକାରୀ ଭାଷା ଭାବରେ କାର୍ଯ୍ୟକାରୀ ହୋଇପାରିନାହିଁ ।

ଅନ୍ୟ ପକ୍ଷରେ ଆଧୁନିକ ଶିକ୍ଷା ବ୍ୟବସ୍ଥା ଆହରଣ କରିବାର ୧୫୦ବର୍ଷ ବିତିବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ ଓଡିଶାର ବିଦ୍ୟାଳୟମାନଙ୍କରେ ଓଡିଆ ଭାଷା ଶିକ୍ଷକ ନିଯୁକ୍ତ କରାଗଲା ନାହିଁ । ଅଥଚ ଅନ୍ୟ ଭାଷା ଶିକ୍ଷକ ନିଯୁକ୍ତ କରାଯାଇ ଶୁଦ୍ଧ ଓଡିଆ ଭାଷା ଶିକ୍ଷା ବ୍ୟବସ୍ଥାକୁ ସରକାର ଜାଣିଶୁଣି ଉଚ୍ଛେଦ କରୁଛନ୍ତି ।

ଏ ସମ୍ପର୍କରେ ବାରମ୍ବାର ଦାବି, ଧାରଣା, ଅନଶନ ଆଦି କରାଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନ ନେଇ ଆକ୍ରୋଶମୂଳକ ଭାବରେ ୨ ଓ ୩ ଶିକ୍ଷା ବ୍ୟବସ୍ଥାରେ ୪୦ବର୍ଷ ଧରି ଚାଲିଆସୁଥିବା ଓଡିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚଶିକ୍ଷା ବିଭାଗ ପତ୍ରସଂଖ୍ୟା୧୨୬୪୭/ ୧୨.୬.୨୦୧୫ ଅନୁସାରେ ପ୍ରତ୍ୟାହାର କରି ନେଇଛନ୍ତି ।

ଓଡିଶାର ପ୍ରାକୃତିକ ସମ୍ପତ୍ତିର ଲୁଟପାଇଁ ଓଡିଶା ଶିକ୍ଷାବ୍ୟବସ୍ଥା ଧ୍ୱଂସ କରିବା ଉଦ୍ଦେଶ୍ୟରେ ରାଜ୍ୟ ଭାଷା ବଦଳରେ ଉପନିବେଶିକ ଶାସନର ପୁନର୍ସ୍ଥାପନ ପାଇଁ ଇଂରାଜୀ ଭାଷାକୁ ଶିକ୍ଷାର ସବୁ ସ୍ତରରେ ପ୍ରୟୋଗ କରାଯାଉଛି ।

ଯାହାର ଦୃଷ୍ଟାନ୍ତ ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହେବାକୁ ଯାଉଥିବା ମଡେଲ ସ୍କୁଲ । ଓଡିଶା ସରକାର ଭାରତର ଅନ୍ୟରାଜ୍ୟ ଭଳି ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ବ୍ୟବସ୍ଥା ରାଜ୍ୟଭାଷା ଓଡିଆରେ ନ କରି ଏହି କାମ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ଓଡିଶାକୁ ଦେଉଥିବା ପ୍ରଚୁର ଅର୍ଥ ଇଂରାଜୀ ଭାଷାରେ ପାଠ୍ୟପୁସ୍ତକ ରଚନା କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଫଳରେ ଓଡିଆ ପିଲା ନିଜ ଭାଷାରେ ଓଡିଶାର ଇତିହାସ ଓ ଭୂଗୋଳ ସହିତ ପରିଚିତ ହେବା ପାଇଁ ଓଡିଆ ଭାଷା ମଧ୍ୟ ସମର୍ଥ ହେବନାହିଁ । ଦୀର୍ଘ ଛଅ ଦଶନ୍ଧି ଧରି ଓଡିଆଭାଷା କାର୍ଯ୍ୟାଳୟ ଆଇନ ୧୯୫୪କୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ପ୍ରଶାସନିକ ଅଧିକାରୀ ଗ୍ରହଣ କରୁ ନ ଥିବାରୁ ଓଡିଶାର ଶାସନ, ପ୍ରଶାସନ, ନ୍ୟାୟ, ଚିକିତ୍ସା ଆଦି ସବୁକିଛି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଇଂରାଜୀରେ ଚାଲିଛି ।

ଏପରିକି ଏହିସବୁ କାମପାଇଁ ସରକାରୀ ନିଯୁକ୍ତି ପ୍ରକ୍ରିୟା କେବଳ ଇଂରାଜୀରେ ହେଉଥିବାରୁ ଇଂରାଜୀ ନ ପଢିଲେ ନିଯୁକ୍ତି ନାହିଁ ବୋଲି ସାଧାରଣରେ ଭ୍ରମ ସୃଷ୍ଟି ହେଲାଣି । ଫଳରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରାଧାନ୍ୟ ବଢି ଚାଲିଥିବା ବେଳେ ସରକାରୀ ବିଦ୍ୟାଳୟରେ ପିଲା ଅଭାବରୁ ୧୦ହଜାର ବିଦ୍ୟାଳୟ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇ ଅନ୍ୟ ଏକ ଶିକ୍ଷାମାରଣ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି ।

ଏହିଭଳି ଭାବରେ ଶିଳ୍ପପତିଙ୍କ ସ୍ୱାର୍ଥକୁ ଓଡିଶା ସରକାର ସୁରକ୍ଷା ଦେବାକୁ ଯାଇ ଓଡିଆ ଜାତି ଓ ଭାଷାକୁ ତଳିତଳାନ୍ତ କରିବାର ଚକ୍ରାନ୍ତ ଓଡିଶା ଓ ଓଡିଶା ବାହାରେ ଥିବା ଛଅ କୋଟି ଓଡିଆଙ୍କ ସ୍ୱାଭିମାନକୁ ପଦାଘାତ କରିଥିବା ଅଭିଯୋଗ ହେଉଛି ।

ବେଆଇନ, ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବରେ ଓଡିଆଭାଷା ଓ ଜାତି ଉପରେ କରାଯାଇ ଆସୁଥିବା କ୍ରମାଗତ ଅତ୍ୟାଚାର ବିରୁଦ୍ଧରେ ଦୃଢ ସ୍ୱର ଉତ୍ତୋଳନ କରି ପ୍ରତ୍ୟେକ ଓଡିଆ ମାତୃଭାଷାର ସ୍ପର୍ଦ୍ଧା ଓ ସ୍ୱାଭିମାନ ପାଇଁ ଓଡିଆ ଭାଷା ସଂଗ୍ରାମ ସମିତି ସମଗ୍ର ଓଡିଶାରେ କ୍ରିୟାଶୀଳ ଜନଆନ୍ଦୋଳନ ଭାବରେ ଗଢି ତୋଳି ବାପାଇଁ ବୁଧବାରଠାରୁ ଅନିର୍ଦ୍ଧିଷ୍ଟ କାଳଯାଏ ୧୯୫୪ ଭାଷା ଆଇନ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଆମରଣ ଅନଶନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଓଡିଆ ଭାଷା ସଂଗ୍ରାମ ସମିତି ସୂତ୍ରରୁ ପ୍ରକାଶ ।

ପ୍ରଥମ ଦିନର ଏହି ଆମରଣ ଅନଶନ କାର୍ଯ୍ୟକ୍ରମକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ପଦ୍ମଚରଣ ନାୟକ, କୁଳମଣି ଶୁକ୍ଳ, ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟନ କରିଥିବାବେଳେ ବିଶିଷ୍ଟ ସାହିତି୍ୟକ ଡଃ ଜଗନ୍ନାଥ ପ୍ରସାଦ ଦାସ, “ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପ୍ରାକ୍ତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ବିଶ୍ୱଭୂଷଣ ହରିଚନ୍ଦନ, ପ୍ରାକ୍ତନ ସରକାରୀ ମୁଖ୍ୟ ସଚେତକ ଅଜୟ ଜେନା, ଋତୁପର୍ଣ୍ଣା ମହାନ୍ତି, ଅପର୍ଣ୍ଣା ମହାନ୍ତି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ରବି ବେହେରା, ଧନଦାକାନ୍ତ ମିଶ୍ର, ସାମ୍ବାଦିକ ରବି ଦାସ, ପ୍ରଦୋଷ ପଟ୍ଟନାୟକ, ସୁବାସ ପଟ୍ଟନାୟକ, ପ୍ରଦୁ୍ୟମ୍ନ ଶତପଥୀ, ଅଭୟ ସାମନ୍ତରାୟ, ପ୍ରଫେସର ନଟବର ଶତପଥୀ, ଯନ୍ତ୍ରଣା ପରୀକ୍ଷିତ, ପାବକ କାନୁନଗୋ, ଦେବେନ୍ଦ୍ର ପ୍ରସାଦ ଦାସ, କବିତା ପରିଡା, ଅଧ୍ୟାପକ ବିଶ୍ୱରଂଜନ, ହେମନ୍ତ ରଥ, ଉମାକାନ୍ତ ରାଉତ, ଅମିୟ ପାଣ୍ଡବ, କୁଳମଣି ନାୟକ, ପ୍ରୀତି ନାୟକ, ଲେଲିନ କୁମାର, କେଦାର ମିଶ୍ର, ଅର୍ଜୁନ ସାମନ୍ତ ରାୟ, ପ୍ରଦୀପ ପ୍ରଧାନ ପ୍ରମୁଖ ୬୮ଜଣ ବ୍ୟକ୍ତିବିଶେଷ ନିଜନିଜର ମତ ଉପସ୍ଥାପନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲାରୁ ସହସ୍ରାଧିକ ସଦସ୍ୟ ଯୋଗ ଦେଇଥିବାବେଳେ ଓଡିଆ ଭାଷା ସଂଗ୍ରାମ ସମିତିର ସମ୍ପାଦକ କାହ୍ନୁଚରଣ ବେହୁରା ଓ ଯୁଗ୍ମ ଆବାହକ ଡଃ ସୁବ୍ରତ କୁମାର ପୃଷ୍ଟି, କୋଷାଧ୍ୟକ୍ଷ ସଚିକାନ୍ତ ବେହେରା ଓ କାର୍ଯ୍ୟକାରୀ ସମିତି ସଦସ୍ୟ ପଦ୍ମାକର ଗୁରୁ ପ୍ରମୁଖ ପରିଚାଳନା କରିଥିଲେ ।

ଆଜିକୁ ଚାରିଦିନ ଧରି ଅନଶନ ଅବ୍ୟାହତ ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଭାଷା ସଂଗ୍ରାମ ସମିତି ସହିତ କୌଣସି ଯୋଗାଯୋଗ କରାଯାଇନାହିଁ । ଦଳମତ ନିର୍ବିଶେଷରେ ବିପୁଳ ସମର୍ଥନ ମିଳୁଥିବା ଏହି ଆନ୍ଦୋଳନକୁ ସରକାର ଅଣଦେଖା କରିବା ଦୁର୍ଭାଗ୍ୟର ବିଷୟ ।

Filed Under: ରାଜନୀତି Tagged With: ଓଡିଆ ଭାଷା, ସରକାରୀ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା