Site icon Odisha.com

ସୋମବାର ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବୁର୍ଲ୍ଲା,୧୨ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ସମ୍ବଲପୁର ଜିଲ୍ଲାର ବୁର୍ଲ୍ଲା ସ୍ଥିତ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ଜୁଲାଇ ୧୩ରେ ମହାନଦୀକୁ ଛଡାଯିବ ।

ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଉକ୍ତ ଦିନ ଦିନ ଏଗାର ଟାରୁ ଗୋଟାଏ ମଧ୍ୟରେ ଡ୍ୟାମରୁ ବନ୍ୟାଜଳ ନିଷ୍କାସିତ କରାଯିବ । ଏଥିପାଇଁ ସ୍ଥାନୀୟ ଅଞ୍ଚଳ ସମେତ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ସହ ନଦୀ ନିକଟକୁ ନଯିବା ପାଇଁ କୁହାଯାଇଛି ।

ହୀରାକୁଦ ଡ୍ୟାମରେ ୬୩୦ ଫୁଟ ପାଣି ରହିବାର କ୍ଷମତା ଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ତର ୬୦୭.୩୯ ଫୁଟ ରହିଛି। ସୂଚନାଯୋଗ୍ୟ ଯେ, ଗତବର୍ଷ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ଜୁଲାଇ ୨୪ ରେ ନିଷ୍କାସିତ କରାଯାଇଥିଲା।

ଓଡ଼ିଶା ଡ଼ଟ୍ କମ୍

Exit mobile version