Site icon Odisha.com

ତାରାଦତ୍ତଙ୍କ ବିରୋଧରେ ମହିଳା କମିଶନଙ୍କ ଦ୍ଵାରସ୍ଥ ହେଲେ ପତ୍ନୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୧୫ ଜୁଲାଇ (ଓଡିଶା ଡଟ୍ କମ୍): ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତାରାଦତ୍ତଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ତାଙ୍କ ପତ୍ନୀ ଇନ୍ଦୁଲତା ମଙ୍ଗଳବାର ନ୍ୟାୟ ପାଇଁ ରାଜ୍ୟ ମହିଳା କମିଶନର ଦ୍ଵାରସ୍ଥ ହୋଇଛନ୍ତି ।

ଅନ୍ୟ ଜଣେ ମହିଳାଙ୍କ ସହ ତାରାଦତ୍ତ ଅନୈତିକ ସଂପର୍କ ରଖିଥିବା ଦର୍ଶାଇ ଇନ୍ଦୁଲତା ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଓ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ । ଏହି ମାମଲାର ତଦନ୍ତ ପାଇଁ ସେ ମହିଳା କମିଶନଙ୍କୁ ମଧ୍ୟ ଲେଖିଥିଲେ ।

ନ୍ୟାୟ ପାଇଁ ମହିଳା କମିସନ ଅଧ୍ୟକ୍ଷାଙ୍କୁ ମଙ୍ଗଳବାର ସେ ଭେଟିବା ପରେ ପୁଣି ଏହି ମାମଲା ସରଗରମ ହୋଇଛି । ଏ ସଂକ୍ରାନ୍ତରେ ତାରାଦତ୍ତ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେ ହେଉଛନ୍ତି ୧୯୮୩ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।

ଓଡିଶା ଡଟ କମ

Exit mobile version