Site icon Odisha.com

ବନ୍ୟା ପରିସ୍ଥିତିରେ ସୁଧାର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧ ଅଗଷ୍ଟ (ଓଡିଶା ଡଟ୍ କମ୍): ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ହୋଇଥିବା ବନ୍ୟା ପରିସ୍ଥିତିରେ ଏବେ ସୁଧାର ଆସିଛି ।

ଜଳ ସମ୍ପଦ ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ଗଣେଷପୁରଠାରେ ଓ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ୍କର ଦହମୁଣ୍ଡାଠାରେ ସୃଷ୍ଟି ହୋଇଥିବା ଘାଇର ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଠିକ ସେହି ପରି ଯାଜପୁର, କେନ୍ଦ୍ରପଡା, ବାରିପଦା, ବାଲେଶ୍ଵର ଓ ରାଜ୍ୟର ଅନ୍ୟ କେତକ ଅଞ୍ଚଳ ଏବେବି ଜଳ ମଗ୍ନ ଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ସମେତ ପ୍ରାୟ ୧୭ଟି ପଞ୍ଚାୟତର ୫୦ଟି ଗାଁରେ, ଭଦ୍ରକ ଜିଲ୍ଲାର ୩୫ଟି ପଞ୍ଚାୟତର ୧୫୦ଟି ଗାଁରେ ଓ କେନ୍ଦ୍ରପଡା ଜିଲ୍ଲାର ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାର ବ୍ଲକ ଏବେ ବି ଜଳ ଘେରର ରହିଥିବା ବେଳେ ଶହ ଶହ ଏକର ଚାଷ ଜମି ବୁଡି ଯାଇଛି।

ଜଳ ଘେରରେ ଥିବା ଲୋକମାନେ ଯୋଗାଯୋଗ ପାଇଁ ଡଙ୍ଗା ଉପରେ ନିର୍ଭର କରିଥିବା ବେଳେ ପ୍ରଶାସନ ପକ୍ଷରୁ ରିଲିଫ୍ ତଥା ଖାଦ୍ୟ ସାମଗ୍ରୀ ପହଞ୍ଚି ପାରି ନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version