ମାଛ ଜାଲ ନିର୍ମାଣ କାରଖାନା ସମ୍ପ୍ରସାରିତ ଇଉନିଟର ଲୋକାର୍ପଣ
ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ଅଗଷ୍ଟ ୧୫ (ଓଡିଶା ଡଟ କମ) ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଓଡିଶା ପିସି କଲଚର ଡେଭଲପମେଣ୍ଟ କର୍ପୋରେସନ (ଓପିଡିସି)ର ମାଛ ଜାଲ ନିର୍ମାଣ କାରଖାନାର ମଞ୍ଚେଶ୍ଵର ଠାରେ
ଏକ ସମ୍ପ୍ରସାରିତ ଇଉନିଟର ଉଦଘାଟନ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ ଶୁକ୍ରବାର କରିଛନ୍ତି ।
ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ଉପରେ ସରକାର ଗୁରୁତ୍ଵ ଦେଉଥିବାରୁ ମତ୍ସ୍ୟ ଚାଷୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ।
ସରକାର ମତ୍ସ୍ୟ ଚାଷୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ଦେଉଥିବାରୁ ମାଛ ଜାଲର ଅଧିକ ଆବଶ୍ୟକତା ପରିଲକ୍ଷିତ ହୋଇଛି ।
ମତ୍ସ୍ୟ ଚାଷୀ କିପରି ସୁବିଧାରେ ଉନ୍ନତ ମାନର ଜାଲ ପାଇପାରିବେ ସେଥିପାଇଁ ସରକାର ଜାଲ ନିର୍ମାଣ କାରଖାନାର ସ୍ଥାପନ କରିଛନ୍ତି ।
ସରକାର ଆଉ ଏକ ଅତ୍ୟାଧୁନିକ ଜାଲ ନିର୍ମାଣ କାରଖାନା କମଫ୍ଲେକ୍ସ ସ୍ଥାପନ ପାଇଁ ଯୋଜନା କରୁଥିବା ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।
ଓଡିଶା ଡଟ କମ
Leave a Reply