Site icon Odisha.com

କଂଗ୍ରେସ ଦ୍ଵାରା ଶିଶୁଭବନ ମୃତ୍ୟୁ ଘଟଣାର ଯାଞ୍ଚ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା

କଟକ, ୨୫ ଅଗଷ୍ଟ (ଓଡିଶା ଡଟ୍ କମ୍): କଟକ ସ୍ଥିତ ରାଜ୍ୟର ସବୁଠାରୁ ଭରସା ଯୋଗ୍ୟ ସରକାରୀ ଶିଶୁ ଚିକିତ୍ସା କେନ୍ଦ୍ର ଶିଶୁଭବନ ଠାରେ ଗତ ଚାରି ଦିନରେ ୨୬ ଜଣ ଶିଶୁଙ୍କ ମୃତ୍ୟୁର ଅଭିଯୋଗ
ହେବାପରେ କଂଗ୍ରେସର ଏକ ପ୍ରତିନିଧି ଦଳ ଏହାର ଯାଞ୍ଚ ପାଇଁ ମଙ୍ଗଳବାର ସେଠାରେ ପହଞ୍ଚିଛନ୍ତି ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ଵରେ ଯାଇଥିବା ଏହି ଦଳ ମୃତ ଶିଶୁ ମାନଙ୍କର ପରିବାରର ସଦସ୍ୟ ଓ ହାସପାତାଲର ଡାକ୍ତର ଓ କର୍ମଚାରୀଙ୍କୁ ପଚରା ଉଚୁରା କରିଥିଲେ ।

ଗତ କିଛି ଦିନ ମଧ୍ୟରେ ଶିଶୁଭବନରେ ୨୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେତେକ ଅଭିଭାବକ ଚିକିତ୍ସା ଅଭାବରୁ ଏହି ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିବା ବେଳେ ଶିଶୁଭବନ ଅଧୀକ୍ଷକ ଏହାକୁ ଖଣ୍ଡନ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version