Site icon Odisha.com

ସ୍ମାର୍ଟ ସିଟି ଭାବେ ବିକଶିତ ହେବ ଭୁବନେଶ୍ଵର, ରାଉରକେଲା

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ , ଅଗଷ୍ଟ ୨୮ (ଓଡିଶା ଡଟ କମ) ସ୍ମାର୍ଟ ସିଟି ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ତିଆରି କରିଥିବା ସହର ମାନଙ୍କ ତାଲିକାରେ ଓଡିଶାର ଭୁବନେଶ୍ଵର ଓ ଇସ୍ପାତ ନଗରୀ ରାଉରକେଲା ସ୍ଥାନ ପାଇଛି ।

ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ଭିତ୍ତିରେ ଏହି ସହରଗୁଡିକୁ ମନୋନୀତ କରାଯାଇଥିବା କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କୟା ନାଇଡୁ କହିଛନ୍ତି ।

ମନୋନୀତ ସହର ମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ୪୮ହଜାର କୋଟି ଟଙ୍କା ଖର୍ଚ କରିବେ ପ୍ରତ୍ୟେକ ସହରର ବିକାଶ ପାଇଁ ବାର୍ଷିକ ୧୦୦କୋଟି ହିସାବରେ ୫ବର୍ଷରେ ୫୦୦କୋଟି ଟଙ୍କା ସରକାର ଦେବେ ।

ମନୋନୀତ ହୋଇଥିବା ସହରଗୁଡିକର ପ୍ରାଥମିକ ଭିତ୍ତିଭୂମି ବିକାଶ ପାଇଁ ଆସନ୍ତା ସପ୍ତାହରେ କେନ୍ଦ୍ର ସରକାର ଦୁଇ କୋଟି ଟଙ୍କା ଲେଖାଏଁ ସମ୍ପୃକ୍ତ ରାଜ୍ୟ ସରକାର ମାନଙ୍କୁ ଯୋଗାଇ ଦେବେ ।

ସ୍ମାର୍ଟସିଟିରେ ଅବିଚ୍ଛନ୍ନ ୨୪ଘଣ୍ଟିଆ ପାଣି ଓ ବିଜୁଳି ଯୋଗାଣ ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ପ୍ରଦୂଷଣ ମୁକ୍ତ ବ୍ୟବସ୍ଥା, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଜୀବିକା ନିର୍ବାହ ସୁବିଧା ପାଇଁ ଭିତ୍ତିଭୂମି, ସୁରକ୍ଷା ଓ ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ।

ଉତ୍କୃଷ୍ଟ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା, ବର୍ଜ୍ୟବସ୍ତୁର ସୁ ପରିଚାଳନା ଆଦି ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ପ୍ରସ୍ତାବ ଏହି ଯୋଜନାରେ ରହିଛି ।

ଓଡିଶା ଡଟ କମ

Exit mobile version