ଓଡିଶା ଡଟ କମ ସଂବାଦ ଦାତା
ନୂଆଦିଲ୍ଲୀ, ଅଗଷ୍ଟ ୩୦ (ଓଡିଶା ଡଟ କମ) ଦେଶରେ ସବୁଜ ବିପ୍ଲବ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତୀୟ କୃଷି ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ଭାବେ ଓଡିଶାର କୃଷି ବୈଜ୍ଞାନିକ ତ୍ରିଲୋଚନ ମହାପାତ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି ।
ଭାରତୀୟ କୃଷି ଗବେଷଣା ସଂସ୍ଥା ବା ଇଣ୍ଡିଆନ ଏଗ୍ରିକଲ୍ଚରାଲ ରିସର୍ଚ ଇନ୍ସଟିଚ୍ୟୁଟ- ଆଇଏ ଆରଆଇ) କୃଷି ତଥା କୃଷକଙ୍କ ଉନ୍ନତି ପାଇଁ କାମ କରୁଥିବା ଦେଶର ଏକ ଅଗ୍ରଣୀ ସରକାରୀ ଗବେଷଣା ସଂସ୍ଥା ।
ପୂର୍ବରୁ କଟକରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ( ସେଣ୍ଟ୍ରାଲ ରାଇସ ରିସର୍ଚ ଇନ୍ସଟିଚ୍ୟୁଟ )ର ମୁଖ୍ୟ ଭାବେ କାମ କରିଥିବା ମହାପାତ୍ର କଟକ ଜିଲ୍ଲାର ଏରଞ୍ଚ ଅଞ୍ଚଳର ମୂଳ ବାସିନ୍ଦା ।
ଓୟୁଏଟି ଭୁବନେଶ୍ଵରରୁ ୧୯୮୫ ରେ କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ମହାପାତ୍ର ପରବର୍ତୀ ସମୟରେ ଭାରତୀୟ କୃଷି ଗବେଷଣା ସଂସ୍ଥା ନୂଆଦିଲ୍ଲୀରୁ ୧୯୮୭ ରେ ଜେନେଟିକସରେ ସ୍ନାତ୍ତକୋତ୍ତର ଓ ୧୯୯୨ ରେ ସେହି ସଂସ୍ଥାରୁ ଡକ୍ଟରେଟ ହାସଲ କରିଛନ୍ତି ।
ଉନ୍ନତ ମାନର ଧାନ ଶସ୍ୟ ବୀଜ ତଥା ଅଧିକ ଅମଳକ୍ଷମ ହୋଇପାରୁଥିବା ଟମାଟୋ ଉଦ୍ଭାବନ କରିବାରେ ତାଙ୍କର ବହୁତ ଯୋଗଦାନ ରହିଛି । ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କୁ ଦିଲ୍ଲୀରେ ବହୁ ପ୍ରତିଷ୍ଠିତ ଓଡିଆ ଓ ବୁଦ୍ଧିଜୀବୀ ଅଭିନନ୍ଦନ ଜଣାଇଛନ୍ତି ।
ଓଡିଶା ଡଟ କମ
Comments
0 comments
Leave a Reply