Site icon Odisha.com

ଶର୍ମିଲା ବିଶ୍ଵାସଙ୍କ ଓଡ଼ିଶୀ ଅଭିନୟ ରେ ଦର୍ଶକ ମତୁଆଲା

ଓଡିଶା ଡଟ କମ ସମ୍ବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୬ (ଓଡିଶା ଡଟ କମ) ଶନିବାର ସନ୍ଧ୍ୟାରେ ଭୁବନେଶ୍ଵରରେ ଆୟୋଜିତ ୨୧ତମ ଗୁରୁକେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ଓ କୋରିଓଗ୍ରାଫର ଶର୍ମିଲା ବିଶ୍ଵାସଙ୍କ ଓଡ଼ିଶୀ ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା ।

ଏକ ମନୋଜ୍ଞ ଓ ଭାବୋଦ୍ଦୀପକ ପରିବେଶ ଭିତରେ ଉଦ୍ ଘାଟିତ ହୋଇଥିବା ଏହି ଉତ୍ସବର ଉଦଘାଟନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବିଶ୍ଵାସଙ୍କ ପ୍ରଦର୍ଶନ । ରାଗ ମାଧୁରୀ ଯାହା ଓଡ଼ିଶୀ ନୃତ୍ୟର ସୁକ୍ଷ୍ମ ବିଭବ ଦଶ ମେଳକ ମଧ୍ୟରୁ ଛଅ ମେଳକ ଉପରେ ଆଧାରିତ ନୃତ୍ୟ ସେ ପ୍ରଦର୍ଶନ କରିଥିଲେ ।

ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ଜେନା । ନୃତ୍ୟ ରଚନା କରିଥିଲେ ନିଜେ ଶର୍ମିଲା ବିଶ୍ଵାସ । ଦ୍ବିତୀୟ ପ୍ରସ୍ତୁତି ଥିଲା ଗୀତଗୋବିନ୍ଦରୁ ଆଧାରିତ ପଶ୍ୟତି ଦିଶିଦିଶି ଯାହା ରାଗ ଦେଶ୍ ଓ ତାଳ ଏକତାଳୀ ଉପରେ ପରିବେଷିତ ଥିଲା ।

ଯାହାର ସଙ୍ଗୀତ ସଂଯଜନା ଭୁବନେଶ୍ଵର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର । ଯେଉଁଥିରେ ବିରହିଣି ରାଧାଙ୍କ ବିରହର ବେଦନା ଶ୍ରୀମତୀ ବିଶ୍ଵାସ ତାଙ୍କ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ।

ସଂଧ୍ୟାର ଦ୍ବିତୀୟ କାର୍ଯ୍ୟକ୍ରମ ଥିଲା ପ୍ରସିଦ୍ଧ କର୍ଣ୍ଣାଟକୀ ସଙ୍ଗୀତ ବିଶାରଦ ପଣ୍ଡିତ ଓ. ଏସ୍ ଅରୁଣଙ୍କ ଦ୍ବାରା କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗମ୍ ମୋହନମ୍ ପରେ ପରେ ପ୍ରୀୟା ଚାରୁସିଲା, ସ୍ବାଗତମ୍ କ୍ରୀର୍ଷ୍ଣା ଶରଣାଗତ କ୍ରୀର୍ଷ୍ଣା ଆଦି ସୁପ୍ରସିଦ୍ଧ କର୍ଣ୍ଣାଟକୀ ସଙ୍ଗୀତ ଯାହା ଦର୍ଶକଙ୍କୁ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ବାନ୍ଦି ରଖିଥିଲା ।

ତାଙ୍କୁ ମୃଦଙ୍ଗରେ ହରିସୁନ୍ଦର, ଢୋଲକ୍‌ରେ ଶ୍ରୀ କାର୍ତ୍ତିକ୍, ହାରମୋନିୟମ୍‌ର ଶ୍ରୀ ଚନ୍ଦ୍ରଶେଖର ଏବଂ ତାଳମ୍‌ରେ ଶ୍ରୀ ସେଲ୍ ବମ୍ ସହଯୋଗ କରିଥିଲେ ।

ଉତ୍ସବର ଅତିଥିମାନେ ଥିଲେ ମାନ୍ୟବର ଭାରତ ସରକାରଙ୍କ ପେଟ୍ରୋଲି୍ୟୋମ୍ ଓ ନେଚୁରାଲ ଗ୍ୟାସ୍ ମନ୍ତ୍ରୀ ଶ୍ରୀଯୁକ୍ତ ଧମେନ୍ଦ୍ର ପ୍ରଧାନ; ମାନ୍ୟବର ପର୍ଯ୍ୟଟନ ଓ ସଂସ୍କତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ବ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ; ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା ଓ ସଂଯୋଜନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ।

ଓଡିଶା ଡଟ କମ

 

Exit mobile version