Site icon Odisha.com

ନୂଆ ଉଚ୍ଚଶିକ୍ଷା ନୀତି ପ୍ରଣୟନ ପାଇଁ ବିଚାର ବିମର୍ଶ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୭ (ଓଡିଶା ଡଟ କମ) ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ସ୍ତରରେ ଭିତ୍ତିଭୂମିର ବିକାଶ ସହିତ ଶୈକ୍ଷିକ ବାତାବରଣ ସୃଷ୍ଟି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ଏକ ଉଛ ସ୍ତରୀୟ ବୈଠକ ସୋମବର ଏଠାରେ ଅନୁଷ୍ଠିତ ହୋଇଛି ।

ଫକୀର ମୋହନ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଯୁଗ୍ମ ସଚିବ, ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ସଦସ୍ୟ ପ୍ରମୁଖ ଯୋଗ ଦେଇ ଏହି ନୀତିରେ କଣ ସବୁ ବ୍ୟବସ୍ଥା ରହିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟର ଗାଇଡ୍‌ ଲାଇନ୍‌ ଅନୁସାରେ ଏହି ନୀତି ତିଆରି ହେବ । ଚଳିତ ବର୍ଷ ଜୁନରେ ଏହି ନୀତି ପ୍ରସ୍ତୁତ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି ନୀତିରେ ୟୁଜିସି ଓ ନାକ୍‌ ଢାଞ୍ଚାରେ ବିଭିନ୍ନ କଲେଜ ଓ ବିଶ୍ଵବିଦ୍ୟାଳୟରେ ରେଟିଂ ବ୍ୟବସ୍ଥା ରଖାଯିବ ।

ଚିଠାନୀତି ପ୍ରସ୍ତୁତିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଭିଭାବକଙ୍କୁ ସାମିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଓଡିଶା ଡଟ କମ

Exit mobile version